ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇ-କମର୍ସ ସାଇଟ୍‌ ଫ୍ଲିପକାର୍ଟରେ ଆରମ୍ଭ ହେଲା ‘ବିଗ୍‌ ଦିୱାଲୀ ସେଲ୍‌’। ନିକଟରେ ବିଗ୍‌ ବିଲିୟନ ଡେ’ ସେଲ୍‌ ସରିବା ପରେ ଏବେ ‘ବିଗ୍‌ ଦିୱାଲୀ ସେଲ୍‌’ର ଘୋଷଣା କରିଛି ଫ୍ଲିପକାର୍ଟ। ଏଥିର ଦିୱାଲୀ ସେଲ୍‌ରେ ସ୍ମାର୍ଟଫୋନ୍‌ରେ ପାଖାପାଖି ୮୫ ପ୍ରତିଶତ ଛାଡ଼ ମିଳିବ।

ଆସନ୍ତା ଅକ୍ଟୋବର ୧୨ରୁ ଆରମ୍ଭ ହୋଇ ୧୬ ଅକ୍ଟୋବର ପର୍ଯ୍ୟନ୍ତ ‘ବିଗ୍‌ ଦିୱାଲୀ ସେଲ୍‌’ସେଲ୍‌ ଚାଲିବ। ତେବେ ଫ୍ଲିପକାର୍ଟ ପ୍ଲସ ଗ୍ରାହକ ଅକ୍ଟୋବର ୧୧ ରାତି ୮ଠାରୁ ଦିୱାଲୀ ସେଲ୍‌ ପାଇଁ ଆକ୍ସେସ୍‌ ମିଳିବ।

‘ବିଗ୍‌ ଦିୱାଲୀ ସେଲ୍‌’ ପାଇଁ ଫ୍ଲିପକାର୍ଟର ଅଲଗା ଅଲଗା ଜିନିଷରେ ଭାରିମାତ୍ରାରେ ଛାଡ଼ ମିଳିବ। ମୋବାଇଲ, ଟିଭି ଏବଂ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ଛାଡ଼ ମିଳିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ସେହିପରି ମୋବାଇଲ ଫୋନ୍‌ କାଟାଗୋରୀରେ ଗ୍ରାହକ ପାଖାପାଖି ୮୫ ପ୍ରତିଶତ ଛାଡ଼ ମିଳିବ।

ସେହିପରି ଷ୍ଟେଟ୍‌ ବ୍ୟାଙ୍କ କ୍ରେଡିଟ୍‌ କାର୍ଡ ବ୍ୟବହାର କରି ଗ୍ରାହକ ଯଦି ଜିନିଷ କିଣିବେ, ତେବେ ୧୦ ପ୍ରତିଶତର ଅତିରିକ୍ତ ରିହାତି ମିଳିବ।

ଏହି ସେଲ୍‌ ୧୨ ଅକ୍ଟୋବର ରାତି ୧୨ରୁ ଆରମ୍ଭ ହୋଇ ୧୬ ଅକ୍ଟୋବର ମଧ୍ୟରାତ୍ରୀ ଯାଏଁ ଚାଲିବ। ତେବେ କେଉଁ ସ୍ମାର୍ଟଫୋନ ଉପରେ ଛାଡ଼ ମିଳିବ ସେନେଇ କମ୍ପାନି ପକ୍ଷରୁ ସୂଚନା ଦିଆଯାଇନାହିଁ। ତେବେ ବଡ଼ ବଡ଼ ବ୍ରାଣ୍ଡର ସ୍ମାର୍ଟଫୋନ ଉପରେ ଛାଡ଼ ମିଳିବ ବୋଲି କମ୍ପାନି କହିଛି।

Comment