ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ବିଭିନ୍ନ ଏଟିଏମରେ ଆଗକୁ ଆଉ ୨ ହଜାର ଟଙ୍କିଆ ନୋଟ୍ ଦେଖିବାକୁ ମିଳିବନି। ଦେଶର ବିଭିନ୍ନ ଏଟିଏମରେ ୨ ହଜାର ଟଙ୍କିଆ ନୋଟ୍ ରଖିବା ବନ୍ଦ କରିଛି ରିଜର୍ଭ ବ୍ୟାଙ୍କ।

ପ୍ରଥମ ପର୍ଯ୍ୟାୟରେ ଏବେ ରିଜର୍ଭ ବ୍ୟାଙ୍କ ଦେଶର ବିଭିନ୍ନ ଗ୍ରାମାଞ୍ଚଳରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏଟିଏମରେ ୨ ହଜାର ଟଙ୍କିଆ ନୋଟ୍ ରଖିବା ବନ୍ଦ କରିଛି। ତେବେ ଆଗକୁ ମଧ୍ୟ ସହରମାନଙ୍କରେ ଥିବା ଏଟିଏମରେ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯିବ।

ଏହାପରେ ଦେଶର ସମସ୍ତ ଏଟିଏମରେ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯିବ। ଯାହା ଫଳରେ ଏଟିଏମରୁ ଆଉ ୨ ହଜାର ଟଙ୍କିଆ ନୋଟ୍ ବାହାରିବା ବନ୍ଦ ହୋଇଯିବ। ଏହାବଦଳରେ ଲୋକଙ୍କୁ ୧୦୦, ୨୦୦ ଓ ୫୦୦ଟଙ୍କିଆ ନୋଟ୍ ଏଟିଏମରୁ ମିଳିବ।

ଦେଶରୁ ୨ ହଜାର ଟଙ୍କିଆ ନୋଟ୍ ବନ୍ଦ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ବର୍ତ୍ତମାନ ସୁଚିନ୍ତିତ ଉପାୟରେ ଏଭଳି ପଦକ୍ଷେପ ନିଆଯାଉଛି। ଯାହା ଫଳରେ ଲୋକମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବେନାହିଁ।

Comment