ଓଡ଼ିଶାଲାଇଭ ବ୍ୟୁରୋ

ମୁମ୍ଵାଇରେ ମେଟ୍ରୋ ପ୍ରୋଜେକ୍ଟ ପାଇଁ ‘ଆରେ’ କଲୋନିରେ ଗଛ କଟା ମାମଲା ଉପରେ ସୁପ୍ରିମକୋର୍ଟ ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଜଷ୍ଟିସ ଅରୁଣ ମିଶ୍ର ଓ ଜଷ୍ଟିସ ପ୍ରଶାନ୍ତ ଭୂଷଣଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି। ଏହି ଶୁଣାଣିରେ ସୁପ୍ରିମକୋର୍ଟ ମହାରାଷ୍ଟ୍ର କୋର୍ଟକୁ ଗଛ କାଟିବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରବିବାର ‘ଆରେ’ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଗଛକଟା ଉପରେ ତୁରନ୍ତ ରିହାତିଦେଶ ଜାରି ପାଇଁ ଆବେଦନ କରାଯାଇଥିଲା। ଏନେଇ ସୋମବାର ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ। ଏହି ଆବେଦନ ଜଣେ ଆଇନ ଛାତ୍ର ରିଷଭଙ୍କ ଜରିଆରେ ଆବେଦନ କରାଯାଇଛି।

‘ଆରେ’କଲୋନିରୁ ଗଛ କଟାକୁ ବିରୋଧ କରି କିଛି ସପ୍ତାହ ହେବ ମୁମ୍ଵାଇରେ ବିରୋଧ ପ୍ରଦର୍ଶନ ଦେଖାଯାଉଛି। ମୁମ୍ଵାଇ ମେଟ୍ରୋର ଏକ ପ୍ରକଳ୍ପ ପାଇଁ ଏଠାରେ ଗଛ କଟାଯାଉଛି। ଏହି ପ୍ରକଳ୍ପ ପାଇଁ ପ୍ରସ୍ତାବିତ ମିଠି ନଦୀକୂଳରେ ଆରେର ୩୩ ହେକ୍ଟର ଜମିରେ ୩୫୦୦ରୁ ଅଧିକ ଗଛ ରହିଛି। ଏଥିରେ ୨ହଜାର ୬୪୬ ଗଛ କାଟିବାର ପ୍ରସ୍ତାବ ରହିଛି।

Comment