ଓଡ଼ିଶାଲାଇଭ୍ ବ୍ୟୁରୋ

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୬ଟି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ଆଭ୍ୟନ୍ତରୀଣ ଓଡ଼ିଶାରେ ସୃଷ୍ଟ ଘୁର୍ଣ୍ଣିବଳୟ ପ୍ରଭାବରେ ବର୍ଷା ହେବା ନେଇ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଦେଓଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଢେଙ୍କାନାଳ, ଅନଗୁଳ, ଖୋର୍ଦ୍ଧା ଏବଂ ଭୁବନେଶ୍ୱରରେ ମଧ୍ୟମ ଧରଣର ବର୍ଷା ହେବା ସହ ଘଡ଼ଘଡ଼ି ଓ ବଜ୍ରପାତ ହେବାର ସମ୍ଭାବନା ରହିଛି।

କଟକ, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଏବଂ ନୂଆପଡ଼ାରେ ମଧ୍ୟ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ବୁଲେଟିନ୍‌ ଜାରି କରାଯାଇଛି।

ରବିବାର କେତେକ ଜିଲ୍ଲାରେ ବର୍ଷା ହୋଇଥିଲା। ଏହାସହ କିଛିଟା ସ୍ଥାନରେ ବଜ୍ରପାତ ହେବାର ବି ଦେଖାଦେଇଛି।

Comment