ଓଡ଼ିଶାଲାଇଭ୍ ବ୍ୟୁରୋ

ଏମବିଏ ପଢୁଆ ସ୍ୱାମୀ ସ୍ତ୍ରୀ ଷ୍ଟେସନରେ ବିକୁଛନ୍ତି ଜଳଖିଆ। ମୁମ୍ବାଇର କାନ୍ଦିବଲୀ ରେଳ ଷ୍ଟେସନରେ ଦୁଇଜଣ ସ୍ୱାମୀ ସ୍ତ୍ରୀ ସକାଳୁ ଜଳଖିଆ ବିକିବା ଘଟଣା ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି। ତେବେ ଏହା ପଛର କାରଣ ଜାଣିଲେ ଆପଣ ଆଶ୍ଟର୍ଯ୍ୟ ହୋଇଯିବେ।

ମୁମ୍ବାଇର କାନ୍ଦିବଲୀ ରେଳ ଷ୍ଟେସନରେ ଏହି ସ୍ୱାମୀ ସ୍ତ୍ରୀ ପ୍ରତିଦିନ ସକାଳୁ ଉପମା, ପରଟା, ଇଟିଲି ଆଦି ଜଳଖିଆ ବିକିଥାନ୍ତି। ତେବେ ଏତେ ପାଠ ପଢ଼ିଲା ପରେ ମଧ୍ୟ ସେମାନେ ଏପରି କାମ କଣ ପାଇଁ କରୁଛନ୍ତି? ଏହା ଫଛର କାରଣ କଣ? ତା ଜାଣିବାକୁ ଆପଣ ନିଶ୍ଟୟ ଚାହିଁବେ।

ତେବେ ଏହା ପଛର କାରଣ ହେଲା, ତାଙ୍କ ଘରେ କାମ କରୁଥିବା ଜଣେ ମହିଳାକୁ ସାହାଯ୍ୟ କରିବା ପାଇଁ ଏହି ଦୁଇ ସ୍ୱାମୀ ସ୍ତ୍ରୀ ଏପରି କାମ କରୁଛନ୍ତି। ତାଙ୍କ ଘରେ କାମ କରୁଥିବା ମହିଳା ଜଣକର ସ୍ୱାମୀ ପାରାଲିସସରେ ଆକ୍ରାନ୍ତ। ତେଣୁ ସେ ଘର ଘର ବୋଲି ରୋଷେଇ କରିଥାନ୍ତି।

ତେବେ ଏହି ଦୁଇଜଣ ସ୍ୱାମୀ ସ୍ତ୍ରୀ ତାଙ୍କ ଘରେ କାମ କରୁଥିବା ସେହି ମହିଳାଙ୍କ ସାହାଯ୍ୟ କରିବା ପାଇଁ ତାଙ୍କ ଦ୍ୱାରା ତିଆରି କରାଯାଇଥିବା ବିଭିନ୍ନ ଜଳଖିଆକୁ ନେଇ ଭୋର ସମୟରୁ ଷ୍ଟେସନରେ ବିକିଥାନ୍ତି। ସକାଳ ୯ଟା ୩୦ ଯାଏଁ ଜଳଖିଆ ବିକିବା ପରେ ଦୁଇ ସ୍ୱାମୀ ସ୍ତ୍ରୀ ନିଜ ନିଜ କାମରେ ଅଫିସ୍ ବାହାରି ଯାଇଥାନ୍ତି।

ତାଙ୍କର ଏହି ମହାନ କାମ ପାଇଁ ସେ ଏବେ ବେଶ୍ ପରିଚିତ। ତାଙ୍କ ଘରେ କାମ କରୁଥିବା ମହିଳାଙ୍କ ପାଇଁ ତାଙ୍କର ଏ ମହାନ କାମକୁ ଲୋକ ସୋସିଆଲ୍ ମିଡିଆରେ ମଧ୍ୟ ବେଶ୍ ପସନ୍ଦ କରୁଛନ୍ତି।

1 COMMENT

Comment