ଓଡ଼ିଶାଲାଇଭ୍ ବ୍ୟୁରୋ

ଛତିଶଗଡ଼ର ଦାନ୍ତେୱାଡ଼ାରେ ମଙ୍ଗଳବାର ମାଓବାଦୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ପୋଲିସ ଗୁଳିରେ ଜଣେ ମାଓବାଦୀର ମୃତ୍ୟୁ ଘଟିଛି।

ମୃତ ମାଓବାଦୀ ନିକଟରୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ ହୋଇଛି।

ଏହି ଅଞ୍ଚଳରେ ଆଉ କିଛି ନକ୍ସଲ ଲୁଚିଥିବା ସନ୍ଦେହରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ମଙ୍ଗଳବାର କାଟେକଲ୍ୟାଣ ପୋଲିସ ଷ୍ଟେସନ ଅନ୍ତର୍ଗତ ଏକ ଜଙ୍ଗଲରେ କିଛି ନକ୍ସଲ ଲୁଚି ରହିଥିବା ଖବର ମିଳିଥିଲା।

ଏହାପରେ ଛତିଶଗଡ଼ ପୁଲିସର ଡିଆରଜି କମାଣ୍ଡୋଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ନିହତ ହୋଇଛି। ନିହତ ନକ୍ସଲର ପରିଚୟ ମିଳି ନଥିବା ନକ୍ସଲ ନିରୋଧ ଅପରେସନର ଡିଆଜି ପି ସୁନ୍ଦରାଜ ସୂଚନା ଦେଇଛନ୍ତି।

Comment