ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ବର୍ଷ ପାଇଁ ସାମସଙ୍ଗ କମ୍ପାନି ସବୁ ବଡ଼ ଫୋନ ଲଞ୍ଚ କରିସାରିଛି। ଗାଲାକ୍ସି ଏସ୍‌୧୦, ଗାଲାକ୍ସି ନୋଟ୍‌୧୦ ପ୍ଲସ ଓ ଗାଲାକ୍ସି ଫ୍ଲୋଲ୍‌ଡ ସ୍ମାର୍ଟଫୋନର ଲଞ୍ଚ ସରିଛି। ଏବେ କମ୍ପାନି ଆସନ୍ତା ବର୍ଷ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏକ ରିପୋର୍ଟ ମୂତାବିକ, ୨୦୨୦ ଫେବ୍ରୁଆରି ତୃତୀୟ ସପ୍ତାହରେ ସାମସଙ୍ଗ ଗାଲାକ୍ସି ଏସ୍‌୧୧ ସ୍ମାର୍ଟଫୋନ ଲଞ୍ଚ କରିବ।

ଆସନ୍ତା ବର୍ଷ ସେନ୍‌ ଫ୍ରାନ୍ସିକୋରେ ସାମସଙ୍ଗ ପକ୍ଷରୁ ଅନ୍‌ପ୍ୟାକ୍‌ଡ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି ଅବସରରେ କମ୍ପାନି ଗାଲାକ୍ସି ଏସ୍‌୧୧ ସ୍ମାର୍ଟଫୋନକୁ ଲଞ୍ଚ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବ୍ରୁଆରି ୨୦ରେ ଗାଲାକ୍ସି ଏସ୍‌୧୦ ସ୍ମାର୍ଟଫୋନକୁ ଲଞ୍ଚ କରାଯାଇଥିଲା।

ତେବେ କମ୍ପାନି ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ତେଣୁ ଗାଲାକ୍ସି ଏସ୍‌୧୧ ସ୍ମାର୍ଟଫୋନ ବିଷୟରେ ମଧ୍ୟ କୌଣସି ସୂଚନା ହସ୍ତଗତ ହୋଇପାରିନାହିଁ।

ତେବେ କିଛି ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଗାଲାକ୍ସି ଏସ୍‌୧୧ ସ୍ମାର୍ଟଫୋନରେ ଆଣ୍ଡ୍ରଏଡ୍‌ ୧୦ ଯୁକ୍ତ ୱାନ୍‌ ୟୁଆଇ ୨.୧ ଅପରେଟିଂ ସିଷ୍ଟମ ଦିଆଯିବ। ସେହିପରି ଏହି ସ୍ମାର୍ଟଫୋନରେ ୧୦୮ ମେଗାପିକ୍ସେଲ ପ୍ରଇମେରୀ କ୍ୟାମେରା ସହିତ ୫ଏକ୍ସ ଅପ୍ଟିକଲ ଜୁମ୍‌ ଦିଆଯାଇପାରେ। ପ୍ରେସେସରରେ ଗାଲାକ୍ସି ଏସ୍‌୧୧ ସ୍ମାର୍ଟଫୋନରେ କ୍ୱାଲକମ୍‌ ସ୍ନାପଡ୍ରାଗନ ୮୬୫ ମିଳିପାରେ।

Comment