ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜସ୍ଥାନର ଢୋଲପୁରରେ ମା’ ଦୁର୍ଗାଙ୍କୁ ମେଲାଣି ଦେଲାବେଳେ ଘଟିଛି ଅଘଟଣ। ମଙ୍ଗଳବାର ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ୧୦ ଜଣ ବୁଡ଼ିଯାଇଛନ୍ତି। ଏନେଇ ସ୍ଥାନୀୟ ପ୍ରଶାସନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ବିଜୟା ଦଶମୀ ଅବସରରେ ମା’ ଦୁର୍ଗାଙ୍କ ପୂଜା ଶେଷ ହେବା ପରେ ମୂର୍ତ୍ତି ବିସର୍ଜନ ପାଇଁ ଲୋକେ ପାର୍ବତୀ ନଦୀକୁ ଯାଇଥିଲେ।

ବିସର୍ଜନ ସମୟରେ ସେମାନରେ ନଦୀରେ ବୁଡ଼ି ଯାଇଥିଲେ। ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍‌ ପହଞ୍ଚିଥିଲେ ମଧ୍ୟ କିଛି ଲାଭ ହୋଇନଥିଲା। ନଦୀରୁ କେହିବି ଜୀବନ୍ତ ଉଦ୍ଧାର ହୋଇନଥିଲେ।

ଅନ୍ୟପକ୍ଷରେ ମୃତକଙ୍କ ପରିବାରକୁ ୧ ଲକ୍ଷ ଟଙ୍କାଁ ମିଳିବ ବୋଲି ଘୋଷଣା ହୋଇଛି। ଏହି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଦିଆଯିବ।

Comment