ଓଡ଼ିଶାଲାଇଭ ବ୍ୟୁରୋ

ମୋଟରଲା ଓ୍ଵାନ ମାକ୍ରୋକୁ ନେଇ କିଛି ଦିନ ହେବ ଫୋଟ ସାମ୍ନାକୁ ଆସୁଛି। ବର୍ତ୍ତମାନ ଏହି ଫୋନ ଫ୍ଲିପକାର୍ଟରେ ଉପଲବ୍ଧ ରହିବ। ଏହାସହ ଏହାର ଲଞ୍ଚର ତାରିଖ ମଧ୍ୟ ଘୋଷଣା କରାଯାଇଛି। ଫ୍ଲିପକାର୍ଟର ଏକ ଟିଜରରେ କୁହାଯାଇଛି ଯେ ଏହି ସ୍ମାର୍ଟ ଫୋନକୁ ଭାରତରେ ଅକ୍ଟୋବର ୯ରେ ଲଞ୍ଚ କରାଯିବ।

ଏହି ଫୋନ ଫଟେଗ୍ରାଫି ପାଇଁ ବେଶ ଭଲ ରହିବ। ଏଥିରେ ଏକ ମାଇକ୍ରୋ ଲେନ୍ସ ଦିଆଯିବ। ଏହା ଦ୍ଵାରା ବ୍ୟବହାରକାରୀ କ୍ଲୋଜ ଅଫ କରି ଫଟୋ ଉଠାଇ ପାରିବେ। ଏହି ଫୋନ ଷ୍ଟକ ଆଣ୍ଡ୍ରୋଏଡ ସପ୍ଟଓ୍ଵେୟାର ଦ୍ଵାରା ଚାଲିବ। ଏହାସହ ଫାଷ୍ଟ ଚାର୍ଜିଂର ଫାଇଦା ମଧ୍ୟ ମିଳିବ।

ଏହାର ସ୍କ୍ରିନ ସାଇଜ ୬.୨ ଇଞ୍ଚର ରହିଛି। ୪ହଜାର ଏମ୍‌ଏଏଚ୍‌ର ବ୍ୟାଟେରି ମଧ୍ୟ ମିଳିବ। ଏହାର ଇଣ୍ଟରନାଲ ମେମୋରୀ ୬୪ ଜିବି ରହିଛି, ଯାହାକୁ କାର୍ଡ ମାଧ୍ୟମରେ ବଢ଼ା ଯାଇ ପାରିବ। ଫଟୋଗ୍ରାଫି ପାଇଁ ଏଥିରେ ଟ୍ରିପଲ କ୍ୟାମେରା ରହିଛି। ସେହିପରି ସେଲ୍ଫି ପାଇଁ ୮ ମେଗାପିକ୍ସଲ କ୍ୟାମେରା ରହିଛି।

Comment