ଓଡ଼ିଶାଲାଇଭ୍ ବ୍ୟୁରୋ

‘ମି ଠୁ’କୁ ନେଇ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ୍। ଦୀପିକା ତାଙ୍କର ଏକ ଇଣ୍ଟରଭ୍ୟୁରେ ଏହି ‘ମି ଠୁ’ଆନ୍ଦୋଳନକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି।

ଏହି ଇଣ୍ଟରଭ୍ୟୁରେ ଦୀପିକାଙ୍କୁ ‘ମି ଠୁ’କୁ ନେଇ ତାଙ୍କର ପ୍ରତିକ୍ରିୟା କଣ ବୋଲି ପ୍ରଶ୍ନ କରାଯାଇଥିଲା। ସେ କହିଥିଲେ ଯେ, କଣ ପାଇଁ ଏହି ସମାନ ପ୍ରଶ୍ନ କେବଳ ବଲିଉଡ କଳାକାରମାନଙ୍କୁ କରାଯାଉଛି। ଏହାସହ ସେ କହିଥିଲେ ଯେ, କେବେ ବି କୌଣସି କ୍ରିକେଟରଙ୍କୁ ଏହି ପ୍ରଶ୍ନର ଉତ୍ତର ଦେବାର ଦେଖିନାହାନ୍ତି।

ବର୍ତ୍ତମାନ ଯୌନ ଶୋଷଣ ସମସ୍ୟାଟି ସମାଜର ପ୍ରତିଟି ବିଭାଗରେ ହେଉଥିବା ଅଭିଯୋଗ ହେଉଛି। ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବା ଉଚିତ୍ ବୋଲି ସେ କହିଛନ୍ତି।

୨୦୧୮ ମସିହାରେ ‘ମି ଠୁ’ ନାମକ ଏକ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଯେଉଁଥିରେ ବଲିଉଡ୍ ଅଭିନେତ୍ରୀମାନେ ତାଙ୍କ ସହ ହୋଇଥିବା ବିଭିନ୍ନ ଯୌନଶୋଷଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ଏହି ଆନ୍ଦୋଳନରେ ବଲିଉଡର ବିଭିନ୍ନ କଳାକାର ତଥା ଅଭିନେତା ଓ ଅଭିନେତ୍ରୀଙ୍କ ନାଁ ସାମିଲ ଥିଲା।

Comment