ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସିଲା ନୋରାଙ୍କ ନୂଆ ଡ୍ୟାନ୍ସ ନମ୍ବର। ସିଦ୍ଧାର୍ଥ ମଲହୋତ୍ରାଙ୍କ ଅଭିନୀତ ଫିଲ୍ମ ‘ମରଜାଓ୍ୱାଂ’ରେ ଏକ ଦମ୍‌ଦାର ଗୀତରେ ନୋରାଙ୍କ ଡ୍ୟାନ୍ସର ଜଲଓ୍ୱା ଦେଖିବାକୁ ମିଳିବ। ଏହି ଗୀତରେ ନୋରା ପୂରା ବୋଲ୍ଡ ଅନ୍ଦାଜରେ ନଜର ଆସିଛନ୍ତି। ଏହି ଗୀତର ଟାଇଟଲ ରହିଛି ‘ଏକ୍‌ ତୋ କମ୍‌ ଜିନ୍ଦେଗାନୀ’।

ଫିଲ୍ମ ‘ଜାମ୍ବାଜ’ର ସୁପରହିଟ୍‌ ଗୀତ ‘ପ୍ୟାର ଦୋ ପ୍ୟାର ଲୋ’ ଏହା ହେଉଛି ରିମେକ। ମରଜାଓ୍ୱାଂ ଫିଲ୍ମ ପାଇଁ ଏହି ଗୀତକୁ ରିକ୍ରିଏଟ କରାଯାଇଛି।

ଏହି ଗୀତରେ ଲୋକପ୍ରିୟ ଗାୟିକା ନେହା କକ୍କଡ କଣ୍ଠଦାନ କରିଥିଲା ବେଳେ ତନିଷ୍କ, ବାଗ୍‌ଚି ଏ ଏମ୍‌ ତୁରାଜ ସଙ୍ଗୀତ ରଚନା କରିଛନ୍ତି।

‘ସାକି ସାକି’ ଓ ‘ଦିଲବର ଦିଲବର’ ଅପେକ୍ଷା ନୋରାଙ୍କ ଏହି ଗୀତକୁ ଦର୍ଶକ ଅଧିକ ପସନ୍ଦ କରିବେ ବୋଲି କୁହାଯାଉଛି।

‘ମରଜାଓ୍ୱାଂ’ ଫିଲ୍ମକୁ ଟି-ସିରିଜ୍ କମ୍ପାନି ପ୍ରଯୋଜନା କରୁଥିବାବେଳେ ମିଲାପ ଜାଭେରୀ ଏହାର ନିର୍ଦ୍ଦେଶନା ଦେଉଛନ୍ତି। ଫିଲ୍ମରେ ଦର୍ଶକ ଜବରଦସ୍ତ ଆକ୍ସନ ସାଙ୍ଗକୁ ରୋମାଣ୍ଟିକ ପ୍ରେମ କାହାଣୀ ଦେଖିବାକୁ ପାଇବେ। ଫିଲ୍ମଟି ଆଗାମୀ ନଭେମ୍ବର ମାସ ୮ ତାରିଖରେ ରିଲିଜ ହେବାକୁ ଯାଉଛି।

Comment