ଓଡ଼ିଶାଲାଇଭ ବ୍ୟୁରୋ

ବିଶାଖାପାଟଣା ପରେ ପୁଣେ ଟେଷ୍ଟରେ ମଧ୍ୟ ଯାଦୁ ଦେଖାଇଛନ୍ତି ମୟଙ୍କ ଅଗ୍ରଓ୍ଵାଲ। ସେ ଏହି ଟେଷ୍ଟରେ ୧୯୫ ବଲରୁ ୧୬ ଚୌକା ଓ ୨ଟି ଛକା ବଳରେ ୧୦୮ ରନ କରିଛନ୍ତି। ଏହାପରେ ସେ ରାବାଡ଼ାଙ୍କ ବଲରେ ଡି ପ୍ଲେସିସ୍‌ଙ୍କ ହାତରେ କ୍ୟାଚ ଆଉଟ ହୋଇଥିଲେ।

ପ୍ରଥମ ଟେଷ୍ଟ ମ୍ୟାଚରେ ମୟଙ୍କ କ୍ୟାରିୟରର ପ୍ରଥମ ଦ୍ଵିଶତକ ହାସଲ କରିଥିଲେ। ସେ ୩୭୧ ବଲରୁ ୨୩ ଚୌକା, ୬ ଛକା ବଳରେ ୨୧୫ ରନର ଇଂନିସ ଖେଳିଥିଲେ। ତେବେ ଦ୍ଵିତୀୟ ଟେଷ୍ଟରେ ପୁଣି ଶତକ ହାସଲ କରିଛନ୍ତି।

ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଥିବା ଦ୍ଵିତୀୟ ଟେଷ୍ଟରେ ଭାରତ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମେ ବ୍ୟାଟିଂ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ୩ ଓ୍ଵିକେଟ ହରାଇ ୨୦୯ ରନ କରିଛି।

Comment