ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠାରୁ ଜିଓ ତା’ର ଗ୍ରାହକଙ୍କ ପାଇଁ ମାଗଣା କଲିଂ ସେବା ବନ୍ଦ କରିଦେଇଛି। ଏଣିକି ଅଣ-ଜିଓ ନମ୍ବରକୁ କଲ୍‌ କଲେ ମିନିଟ୍‌ ପିଛା ୬ ପଇସା ଲେଖାଏଁ କଟିବ। ତେବେ ବର୍ତ୍ତମାନ ମଧ୍ୟ ଗ୍ରାହକ ବିନା କୌଣସି ପଇସା ଦେଇ ଅନ୍ୟ ନମ୍ବରରେ କଥା ହୋଇପାରିବେ।

ଯେଉଁ ଜିଓ ଗ୍ରାହକ ଅକ୍ଟୋବର ୯ ପୂର୍ବରୁ ନିଜ ନମ୍ବରରେ ପ୍ଲାନ୍‌ ରିଚାର୍ଜ କରିସାରିଛନ୍ତି ସେମାନେ ଏହି ସୁବିଧା ପାଇପାରିବେ। ପ୍ଲାନର ବୈଧତା ନସରିବା ପର୍ଯ୍ୟନ୍ତ ସେ ବିନା କୌଣସି ସ୍ୱତନ୍ତ୍ର ରିଚାର୍ଜ ନକରି ଅନ୍ୟ ନମ୍ବରରେ କଲ କରିପାରିବେ। ତେବେ ପ୍ଲାନ୍‌ ସରିବା ପରେ ତାଙ୍କୁ ରିଚାର୍ଜ କରିବାକୁ ପଡ଼ିବ।

ପ୍ଲାନ୍‌ର ବୈଧତା ସରିଯିବାପରେ ଗ୍ରାହକ ଜଣକ ଯେତେବେଳେ ନୂଆ କରି ରିଚାର୍ଜ କରିବେ, ସେ ସମୟରେ ତାଙ୍କୁ ୧୦, ୨୦, ୫୦ କିମ୍ବା ୧୦୦ ଟଙ୍କାର ସ୍ୱତନ୍ତ୍ର ରିଚାର୍ଜ କରିବାକୁ ପଡ଼ିବ। ଯଦି ରିଚାର୍ଜ ନକରନ୍ତି ତେବେ ଅନ୍ୟ ନମ୍ବରକୁ କଲ କଲେ ଆପଣଙ୍କୁ ମିନିଟ୍ ପ୍ରତି ୬ ପଇସା ଦେବାକୁ ପଡ଼ିବ।

Comment