ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠୁ ପର୍ଯ୍ୟଟକ ପୁଣି ଜମ୍ମୁ କଶ୍ମୀର ବୁଲିବାକୁ ଯାଇପାରିବେ। ଦୀର୍ଘ ଦୁଇ ମାସ ହେଲା ଜମ୍ମୁ ଓ କଶ୍ମୀରରେ ପର୍ଯ୍ୟଟକଙ୍କ ଉପରେ ଲାଗିଥିବା କଟକଣା ଅକ୍ଟୋବର ୧୦ ଅର୍ଥାତ ଆଜିଠୁ ପ୍ରତ୍ୟାହାର କରାଯାଇଛି। ନିକଟରେ କଟକଣା ପ୍ରତ୍ୟାହୃତ କରିବାକୁ ରାଜ୍ୟପାଳ ସତ୍ୟାପଲ ମଲ୍ଲିକ ନିର୍ଦ୍ଦେଶ ଦେଇଥିଲେ।

ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବାର ଠିକ୍‌ ୨ ଦିନ ପୂର୍ବରୁ ସମସ୍ତ ପର୍ଯ୍ୟଟକଙ୍କ ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା। ତୁରନ୍ତ ଘାଟି ଛାଡ଼ିବାକୁ କଡ଼ା ନିର୍ଦ୍ଦେଶନାମା ଜାରୀ କରାଯାଇଥିଲା। ଆତଙ୍କବାଦୀ ଆକ୍ରମଣ ହେବାର ସମ୍ଭାବନା ଥିବାରୁ ଏହି ଆଡଭାଇଜରୀ ଜାରି ହୋଇଥିଲା।

Comment