ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ ସ୍ମାର୍ଟଫୋନ କମ୍ପାନି ‘ଓପୋ’ ଲଞ୍ଚ କରିଛି ‘ଓପୋ କେ୫’ ସ୍ମାର୍ଟଫୋନ। ଗୁରୁବାର ‘ଓପୋ କେ୫’ ସ୍ମାର୍ଟଫୋନକୁ ଚୀନରେ ଲଞ୍ଚ କରାଯାଇଛି। ଏଥିରେ କ୍ୱାଡ୍ କ୍ୟାମେରା ସେଟ୍‌-ଅପ୍‌, ୱାଟର ଡ୍ରପ୍‌ ଷ୍ଟାଇଲ ନଚ୍, ସ୍ନାପଡ୍ରାଗନ ୭୩୦ଜି ପ୍ରୋସେସର, ୬୪ ମେଗାପିକ୍ସେଲ କ୍ୟାମେରା ଭଳି ଫିଚର ଦିଆଯାଇଛି।

‘ଓପୋ କେ୫’ ସ୍ମାର୍ଟଫୋନର ୩ଟି ଭାରିଏଣ୍ଟ। ୬ ଜିବି + ୧୨୮ ଜିବି ଭାରିଏଣ୍ଟର ମୂଲ୍ୟ ଭାରତୀୟ ମୁଦ୍ରାରେ ୧୮,୯୦୦ ଟଙ୍କା। ୮ ଜିବି + ୧୨୮ ଜିବି ଭାରିଏଣ୍ଟର ମୂଲ୍ୟ ୨୦,୯୦୦ ଟଙ୍କା ଏବଂ ୮ଜିବି + ୨୫୬ଜିବି ଭାରିଏଣ୍ଟର ମୂଲ୍ୟ ୨୪,୯୦୦ ଟଙ୍କା ରହିଛି। ଆସନ୍ତା ଅକ୍ଟୋବର ୧୭ରୁ ଏହାର ବିକ୍ରି ଆରମ୍ଭ ହେବ।

‘ଓପୋ କେ୫’ ସ୍ମାର୍ଟଫୋନର ସ୍ପେସିଫିକେଶନ

  • ୬.୪ ଇଞ୍ଚ ଫୁଲ ଏଚ୍‌ଡି ଆମୋଲେଡ୍‌ ପ୍ଲସ
  • ସ୍ନାପଡ୍ରାଗନ ୭୩୦ଜି ପ୍ରୋସେସର
  • ୬୪ ମେଗାପିକ୍ସେଲ ବିଶିଷ୍ଟ କ୍ୱାଡ୍ ରିୟର କ୍ୟାମେରା ସେଟ୍‌-ଅପ୍‌
  • ୩୬ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା
  • ୩,୯୨୦ ଏମ୍‌ଏଏଚ୍‌ ବ୍ୟାଟେରୀ

Comment