ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ୧୧ଟି ଜିଲ୍ଲାରେ ଗୁରୁବାର ବର୍ଷା ସହ ବଜ୍ରପାତ ସମ୍ଭାବନା। ଏନେଇ ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଜଗତସିଂହପୁର, ଖୋର୍ଦ୍ଧା, ବୌଦ୍ଧ, ନୟାଗଡ଼, କଟକ, ଗଞ୍ଜାମ, ଗଜପତି ଏବଂ ପୁରୀରେ ମଧ୍ୟମ ଧରଣର ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି।

ଆଜି ସନ୍ଧ୍ୟାରେ ଏହି ଜିଲ୍ଲାଗୁଡ଼ିକରେ ବର୍ଷା ହେବ।

ଗତ ୩୬ ଘଣ୍ଟା ମଧ୍ୟରେ ସମ୍ବଲପୁରରେ ୪୬ ମିମି ବର୍ଷା ହୋଇଥିବା ବେଳେ ଅନ୍ୟ କିଛି ସ୍ଥାନରେ ୧୦ ମିଲିମିଟରରୁ କମ୍‌ ବର୍ଷା ହୋଇଥିବାର ସୂଚନା ମିଳିଛି।

Comment