ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନର ରାଷ୍ଟ୍ରପତି ଜିନପିଙ୍ଗ୍ ଅକ୍ଟୋବର ୧୧ରେ ଦୁଇଦିନିଆ ଭାରତ ଗସ୍ତରେ ଆସିବେ। ଭାରତ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚେନ୍ନାଇରେ ଜିନପିଙ୍ଗ୍ ସାକ୍ଷାତ କରିବେ। ୪ଟି ପ୍ରମୁଖ ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ବୈଠକ ହେବ।

ଏହି ସମୟରେ ଜିନପିଙ୍ଗ୍ ଚେନ୍ନାଇରେ ସମୟ ଅତିବାହିତ କରିବେ। ସେ ଶୁକ୍ରବାର ୧ଟା ୩୦ ମିନିଟରେ ଚେନ୍ନାଇରେ ପହଁଚିବେ। ଏହାପରେ ମୋଦୀ ଓ ଜିନପିଙ୍ଗ୍ ମହାବଳିପୁରମର ତିନୋଟି ପ୍ରସିଦ୍ଧ ସ୍ମାରକ ଓ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ। ତେବେ ଜିନପିଙ୍ଗ୍ ଚେନ୍ନାଇରେ ପହଁଚିବା ପରେ ମୋଦୀଙ୍କ ସହ ଶୁକ୍ରବାର ସନ୍ଧ୍ୟା ୫ଟାରେ ସାକ୍ଷାତ କରିବେ।

ଏତଦ୍ ବ୍ୟତୀତ ସୀମା ବିବାଦ ସମାଧାନ ଓ ଆମଦାନୀ ରପ୍ତାନୀ ସମ୍ବନ୍ଧିତ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା କରାଯିବ ବୋଲି ସୂଚନା ମିଳିଛି।

Comment