ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଶୁକ୍ରବାର ୨ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଚେନ୍ନାଇର ମହାବଳୀପୁରମରେ ହେବାକୁ ଥିବା ମୋଦୀ-ଜିନପିଙ୍ଗଙ୍କ ସମ୍ମିଳନୀ ପୂର୍ବରୁ ସ୍ୱାଗତ ପାଇଁ ବଡ଼ ଆୟୋଜନ କରାଯାଇଛି। ଜିନପିଙ୍ଗ ପହଞ୍ଚିବା ପରେ ତାଙ୍କୁ ପାରଂପରିକ ଭାବେ ସ୍ୱାଗତ କରାଯିବ। ତାମିଲନାଡୁ ପୋଲିସ ଓ ଏସପିଜି ଯବାନମାନେ ମହାବଳୀପୁରମରେ ସୁରକ୍ଷା ଦାୟିତ୍ୱ ନେଇଛନ୍ତି।

ବିମାନବନ୍ଦରରେ ଜିନପିଙ୍ଗ୍‌ ପହଞ୍ଚିବା ପରେ ୫୦୦ କଳାକାର ପାରଂପରିକ ନୃତ୍ୟ କରି ତାଙ୍କୁ ସ୍ୱାଗତ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାବଳୀପୁରମରେ ଆଜି ଅପରାହ୍ନ ୪ଟାରେ ଜିନପିଙ୍ଗଙ୍କୁ ସ୍ୱାଗତ କରିବେ। ଏହାପରେ ଦୁଇ ନେତାଙ୍କ ମଧ୍ୟରେ ବିଭିନ୍ନ ଗିୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଆଲୋଚନା ହେବ।

ଏତଦ୍ ବ୍ୟତୀତ ସୀମା ବିବାଦ ସମାଧାନ ଓ ଆମଦାନୀ ରପ୍ତାନୀ ସମ୍ବନ୍ଧିତ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା କରାଯିବ ବୋଲି ସୂଚନା ମିଳିଛି।

Comment