ଓଡ଼ିଶାଲାଇଭ୍ ବ୍ୟୁରୋ
ମୋଦୀ ଜିନପିଙ୍ଗ କଥା ହେବା ବେଳେ ପଶି ଆସିଲା କୁକୁର। ତେବେ କୁକୁର କେମିତି ଭେଦିଲା ସୁରକ୍ଷା ବ୍ୟବସ୍ଥା?
ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ବର୍ତ୍ତମାନ ଚେନ୍ନାଇର ମହାବଳୀପୁରମଠାରେ ରାଷ୍ଟ୍ରପତି ଜିନପିଙ୍ଗ୍ଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଐତିହ୍ୟସ୍ଥଳୀ ବୁଲାଇ ଦେଖାଇଛନ୍ତି। ଏସବୁ ମଧ୍ୟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି, ଯାହା ମୋଦି-ଜିନ୍ପିଙ୍ଗ୍ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି।
ମହାବଳୀପୁରମ୍ଠାରେ ମୋଦୀ-ଜିନପିଙ୍ଗ ଆଲୋଚନା କରୁଥିବା ସମୟରେ ହଠାତ୍ ଏକ କୁକୁର ଏମଧ୍ୟକୁ ଚାଲି ଆସିଥିଲା। ତେବେ କଡ଼ା ସୁରକ୍ଷା ବ୍ୟବସ୍ଥାକୁ କିଭଳି ଏକ କୁକୁର ଭେଦ କରିପାରିଲା ସେନେଇ ପ୍ରଶ୍ନ ଉଠୁଛି।
ମହାବଳୀପୁରମ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିନପିଙ୍ଗ୍ଙ୍କୁ ଐତିହାସିକସ୍ଥଳ ବୁଲାଇ ଦେଖାଇବା ସହିତ ସେ ବିଷୟରେ ବୁଝାଉଥିଲେ। ତେବେ ହଠାତ୍ ସୁରକ୍ଷା ବ୍ୟବସ୍ଥା ଭାଙ୍ଗି ଏକ ବୁଲା କୁକୁର ତାଙ୍କ ପଛରେ ଦୌଡ଼ିଯିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଯାହାକୁ ନେଇ ଏବେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି।
ଜିନ୍ପିଙ୍ଗ୍-ମୋଦୀଙ୍କ ଆଲୋଚନା ବେଳେ ଯଦି କୁକୁରଟି କିଛି ଅପ୍ରୀତିକର ପରିସ୍ଥିତି ଘଟାଇଥାନ୍ତା? ଯଦି କେହି ଦୁର୍ବୃତ୍ତ କୁକୁର ମାଧ୍ୟମରେ ଆଲୋଚନାକୁ ଭଣ୍ଡୁର କରିଥାନ୍ତା? ତାହାଲେ ପରିସ୍ଥିତି କ’ଣ ହୋଇଥାନ୍ତା ବୋଲି ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ମୋଦୀ ଓ ଜିନ୍ପିଙ୍ଗଙ୍କ ଆଲୋଚନା ପାଇଁ ଚେନ୍ନାଇ ମହାବଳୀପୁରମରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ସବୁଠି କଡ଼ା ପହରା ବ୍ୟବସ୍ଥା କରାଯାଇଥିଲା। ତେବେ ଗୋଟେ କୁକୁର କେମିତି ସୁରକ୍ଷ ବଳୟ ଭେଦିଲା ତାକୁ ନେଇ ସବୁଠି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।