ଓଡ଼ିଶାଲାଇଭ ବ୍ୟୁରୋ

ହାୱଡ଼ା-ମୁମ୍ବାଇ ଜ୍ଞାନେଶ୍ୱରୀ ଏକ୍ସପ୍ରେସରୁ ୧୩ କେଜି ସୁନା ଜବତ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ଡିଆରଆଇ। ଗିରଫ ହୋଇଥିବା ଦୁଇ ବ୍ୟକ୍ତି ହେଲେ ବି ଯାଦବ ଓ ରାହୁଲ ଆର୍ଯ୍ୟ। ୨ ଜଣଙ୍କୁ ପଚରାଉଚରା ପରେ ସେମାନଙ୍କର ଅନ୍ତର୍ଜାତୀୟ ଲିଙ୍କ୍‌ ଥିବା ଅନୁମାନ କରାଯାଉଛି। ଏହି ସୁନା ମିଆଁମାର, ବାଂଲାଦେଶ, ଦୁବାଇ ଚାଲଣ ହେଉଥିବା ସନ୍ଦେହ କରାଯାଉଛି।

ଗୁରୁବାର ହାଓ୍ଵଡ଼ାରୁ ମୁମ୍ଵାଇ ଯାଉଥିବା ଜ୍ଞାନେଶ୍ଵରୀ ଏକ୍ସପ୍ରେସରୁ ଏହି ସୁନା ଜବତ କରିଥିଲା ସେଣ୍ଟ୍ରାଲ ଏକ୍ସସାଇଜ ଓ କଷ୍ଟମ ବିଭାଗ।

ହାଓ୍ଵଡ଼ାରୁ ମୁମ୍ଵାଇ ଯାଉଥିବା ଜ୍ଞାନେଶ୍ଵରୀ ଏକ୍ସପ୍ରେସରେ ସୁନା ଚୋରା ଚାଲାଣ ହେଉଥିବାର ଖବର ପାଇଥିଲା ସେଣ୍ଟ୍ରାଲ ଏକ୍ସାଇଜ ଓ କଷ୍ଟମ ବିଭାଗ। ଏହାପରେ ରାଜଗାଙ୍ଗପୁର ଓ ଝାରସୁଗୁଡ଼ା ମଧ୍ୟରେ ଟ୍ରେନକୁ ଅଟକାଇ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ୧୧୦ ଖଣ୍ଡ ସୁନା ଜବତ ହୋଇଥିଲା।

ସୁନାର ଓଜନ ୧୧ କେଜି ହୋଇଥିବା ବେଳେ ଏହାର ମୂଲ୍ୟ ୪କୋଟି ବୋଲି ଅନୁମାନ କରାଯାଇଛି। ଏହାସହ ସୁନା ଚୋରା ଚାଲାଣରେ ସଂପୃକ୍ତ ଥିବା ୨ଜଣଙ୍କୁ ଅଟକ ରଖାଯାଇ ଜେରା କରାଯାଉଛି।

Comment