ଓଡ଼ିଶାଲାଇଭ ବ୍ୟୁରୋ

ବଲିଉଡ ମହାନାୟକ ଅମିତାଭ ବଚ୍ଚନ ୭୭ ବର୍ଷ ବୟସରେ ପାଦ ଦେଇଛନ୍ତି। ଏହି ଅବସରରେ ଦେଶବ୍ୟାପି ତାଙ୍କ ପ୍ରଂଶସକ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ଜରିଆରେ ମଧ୍ୟ ବିଗ୍‌ ବିଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

ଏହି ଅବସରରେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଅମିତାଭଙ୍କୁ ବାଲୁକାକଳା ମାଧ୍ୟମରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଅମିତାଭଙ୍କ ଉଦ୍ଦେଶ୍ୟରେ ଏକ ସୁନ୍ଦର ବାଲୁକା କଳା ଉତ୍ସର୍ଗ କରିଛନ୍ତି ସୁଦର୍ଶନ ପଟ୍ଟନାୟକ। ଏହି ବାଲୁକା କଳା ରେସେ ଅମିତାଭଙ୍କ ପ୍ରତିକୃତି କରିବା ସହ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

Comment