ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ଟେଲିକମ୍‌ କମ୍ପାନି ‘ଭାରତୀ ଏୟାରଟେଲ୍‌’ ହରିୟାଣାରେ ଏହାର 3G ସେବା ବନ୍ଦ କରିବାକୁ ଘୋଷଣା କରିଛି। ଏନେଇ କମ୍ପାନି ପକ୍ଷରୁ କୁହାଯାଇଛି, “4G ନେଟୱର୍କକୁ ଆହୁରି ଭଲ କରିବା ପାଇଁ ୩ଜି ସେବା ବନ୍ଦ କରିବାକୁ ଘୋଷଣା କରାଯାଇଛି। ଯାହାଫଳରେ ଗ୍ରାହକଙ୍କୁ ୱାର୍ଲ୍ଡ କ୍ଲାସ୍ ହାଇ-ସ୍ପିଡ୍ ଇଣ୍ଟରନେଟ୍‌ ସୁବିଧା ମିଳିପାରିବ।”

ଏୟାରଟେଲ୍‌ କହିଛି ଯେ, ଫିଚର ଫୋନ୍‌ ଗ୍ରାହକଙ୍କ ଅସୁବିଧା ପାଇଁ କମ୍ପାନି ହରିୟାଣାରେ 2G ସେବା ଜାରି ରଖିବ।  କାହିଁକି ନା, ଏବେ ବି ଫିଚର ଫୋନ୍‌ରେ 2G ଇଣ୍ଟରନେଟ୍‌ ବ୍ୟବହାର କରାଯାଉଛି। ଏହା ପୂର୍ବରୁ ଏୟାରଟେଲ୍‌ କୋଲକାତାରେ ଏହାର 3G ସେବା ବନ୍ଦ କରିଥିଲା। ଦ୍ୱିତୀୟ ରାଜ୍ୟ ଭାବେ ବର୍ତ୍ତମାନ ହରିୟାଣାରେ 3G ସେବା ବନ୍ଦ କରାଯାଇଛି।

ଏୟାରଟେଲ୍‌ ଏହାର 3G ସେବା ସମ୍ପୂର୍ଣ୍ଣ ରୁପେ ବନ୍ଦ କରିବାକୁ ଯାଉଛି। ଏଥିପାଇଁ କମ୍ପାନି ନୋଟିଫିକେସନ୍‌ ଜରିଆରେ 3G ଗ୍ରାହକମାନଙ୍କ ମୋବାଇଲ ଫୋନ୍‌କୁ ଅପଗ୍ରେଡ୍‌ କରିବା ପାଇଁ ଆଗ୍ରହ ସୃଷ୍ଟି କରିବ। ଯାହା ଫଳରେ ସେମାନେ ଏୟାରଟେଲ୍‌ର 4G ଇଣ୍ଟରନେଟ୍‌ ସେବା ବ୍ୟବହାର କରିପାରିବେ। ତେବେ ଅପଗ୍ରେଡ୍‌ କରିନଥିବା ଗ୍ରାହକଙ୍କୁ ଭଏସ୍‌ କଲ୍‌ ସୁବିଧା ଜାରି ରହିବ।

Comment