ଓଡ଼ିଶାଲାଇଭ ବ୍ୟୁରୋ

ବଲିଉଡ୍‌ ଅଭିନେତ୍ରୀ ଅମିଷା ପଟେଲଙ୍କ ବିରୋଧରେ ରାଞ୍ଚିର ଏକ କୋର୍ଟ ଗିରଫ ପରଓ୍ଵାନା ଜାରି କରିଛନ୍ତି। ପ୍ରଯୋଜକ ଅଜୟ କୁମାର ଅମିଷାଙ୍କ ବିରୋଧରେ ଅଢ଼େଇ କୋଟି ଟଙ୍କାର ଚେକ ବାଉନ୍ସ ଅଭିଯୋଗ କରିଥିଲେ। ଏହି ଆଧାରରେ କୋର୍ଟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

୨୦୧୮ରେ ଅମିଷା ‘ଦେଶୀ ମ୍ୟାଜିକ‘ ଫିଲ୍ମ ନିର୍ମାଣ ପାଇଁ ପ୍ରଯୋଜକ ଅଜୟ କୁମାରଙ୍କଠାରୁ ୩ କୋଟି ଟଙ୍କା ଧାର ଆଣି ଥିଲେ। ଅମିଷା ଏହି ଫିଲ୍ମରେ ପ୍ରଯୋଜକ ଥିଲେ। ଫିଲ୍ମ ନିର୍ମାଣ ବେଳେ ଟଙ୍କା କମ୍‌ ପଡ଼ିବାରୁ ସେ ଅଜୟଙ୍କଠାରୁ ଟଙ୍କା ଧାର ଆଣିଥିଲେ। ଫିଲ୍ମ ନିର୍ମାଣ ଶେଷ ହେବା ପରେ ଅଜୟ ତାଙ୍କୁ ଟଙ୍କା ମାଗିଥିଲେ। ହେଲେ ସେ ଶୁଣିନଥିଲେ।

ପରେ ଅମିଷା ଅଜୟଙ୍କୁ ଅଢ଼େଇ କୋଟି ଟଙ୍କାର ଏକ ଚେକ ଦେଇଥିଲେ। ହେଲେ ଏହି ଚେକ୍‌ ବ୍ୟାଙ୍କରେ ବାଉନ୍ସ ହୋଇଯାଇଥିଲା। ଏନେଇ ଅଜୟ ଅମିଷାଙ୍କ ବିରୋଧରେ ରାଞ୍ଚିର ଏକ କୋର୍ଟରେ ଚେକ ବାଉନ୍ସ ଅଭିଯୋଗ କରିଥିଲେ।

କୋର୍ଟରେ ମାମଲା ରୁଜୁ ହେବା ପରେ ଅଜୟ ଅନେକ ଥର ଅମିଷାଙ୍କ ସହ ଯୋଗଯୋଗ କରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ। ହେଲେ ଏବେ କୋର୍ଟ ତାଙ୍କ ବିରୋଧରେ ଗିରଫ ପରଓ୍ଵାନା ଜାରି କରିଛନ୍ତି।

Comment