ଓଡ଼ିଶାଲାଇଭ୍‌ ବ୍ୟୁରୋ

 

ଦୁଇ ଦିନିଆ ଭାରତ ଗସ୍ତ ସାରି ଫେରିଲେ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌। ଭାରତ ଗସ୍ତ ସାରି ଜିନ୍‌ପିଙ୍ଗ୍‌ ନେପାଳ ଯିବେ। ଏଥିପାଇଁ ଚେନ୍ନାଇ ବିମାନ ବନ୍ଦରରୁ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରିଛନ୍ତି।

ଭାରତ ଗସ୍ତ ପରେ ଜିନ୍‌ପିଙ୍ଗ ଦୁଇ ଦିନଆ ନେପାଳ ଗସ୍ତରେ ବାହାରିଛନ୍ତି। ସୂଚନା ମୂତାବିକ, ଅପରାହ୍‌ଣ ୪.୩୦ ସମୟରେ କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଜିନ୍‌ପିଙ୍ଗଙ୍କ ବିମାନ ଅବତରଣ କରିବ। ସେଠାରେ ନେପାଳର ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ଏବଂ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ରାଷ୍ଟପତି ଜିନ୍‌ପିଙ୍ଗ୍‌ଙ୍କୁ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି।

Comment