ଓଡ଼ିଶାଲାଇଭ ବ୍ୟୁରୋ

ଟେଲିଭିଜନର ସବୁଠାରୁ ସମ୍ମାନିତ ଗୋଲ୍ଡ ଆଓ୍ଵାର୍ଡ ଶୋ ଶୁକ୍ରବାର ୧୧ ଅକ୍ଟୋବରରେ ଅନୁଷ୍ଠିତ ହୋଇଛି। ଏଥିରେ ଶ୍ରେଷ୍ଠ ଟେଲିଭିଜନ କଳାକାରମାନଙ୍କୁ ସମ୍ମାନିତ କରାଯାଇଛି। ଏଥିରେ ଅଭିନେତ୍ରୀ ହିନା ଖାନ୍‌ଙ୍କୁ ବେଷ୍ଟ ଆକ୍ଟ୍ରେସ ଇନ ନେଗେଟିଭ ରୋଲ, ମୋଷ୍ଟ ଫିଟ୍‌ ଆକ୍ଟର ଓ ଟିଭି ପର୍ସନାଲିଟି ଅଫ ଦ ଇୟର ଆଓ୍ଵାର୍ଡ ଦିଆଯାଇଛି।

ସେହିପରି ସୁରଭି ଚନ୍ଦନା ଓ ଏରିକା ଫର୍ଣ୍ଣାଡିସ୍‌ଙ୍କୁ ମୋଷ୍ଟ ଷ୍ଟାଇଲିସ୍‌ ଦିଭା ଆଓ୍ଵାର୍ଡ ଦିଆଯାଇଛି। ଏଥିରେ ଅନେକ ଟିଭି କଳାକାର ଯୋଗ ଦେଇଥିଲେ। ତେବେ ଆସନ୍ତୁ ଜାଣିବା କେଉଁ କଳାକାର କେଉଁ ଆଓ୍ଵାର୍ଡ ପାଇଲେ।

୧- ଶାହିର ଶେଖ-ରିୟା ଶର୍ମା (ଶ୍ରେଷ୍ଠ ଯୋଡ଼ି)

୨- ସଂଜୟ ଗଗନାନୀ (ଶ୍ରେଷ୍ଠ କଳାକାର ପୁରୁଷ ଖଳନାୟକ ଭାବେ)

୩ – ହେଲି ଶାହ (ଶ୍ରେଷ୍ଠ କଳାକାର ମହିଳା ଖଳନାୟକ ଭାବେ)

୪- କରଣ ସିଂହ ଗ୍ରୋବର (ଶ୍ରେଷ୍ଠ କଳାକାର ମୁଖ୍ୟ ଖଳନାୟକ ଭାବେ)

୫- ହିନା ଖାନ (ଶ୍ରେଷ୍ଠ କଳାକାର ମୁଖ୍ୟ ଖଳନାୟିକା ଭାବେ)

୬- ସୁରକି ଚାନ୍ଦାନା ଓ ଏରିକା ଫର୍ଣ୍ଣାଡିସ୍‌ (ମୋଷ୍ଟ ଷ୍ଟାଇଲିସ ଦିଭା)

୭- ହିନା ଖାନ (ଶ୍ରେଷ୍ଠ ଫିଟ୍‌ ଅଭିନେତ୍ରୀ)

୮- କରଣ ବାହୀ (ଶ୍ରେଷ୍ଠ ଫିଟ୍‌ ଅଭିନେତା)

୯- ହିନା କାନ (ଟିଭି ପର୍ସନାଲିଟି ଅଫ ଦ ଇୟର)

୧୦-  ଅର୍ଜୁନ ବିଜଲାନୀ (ଶ୍ରେଷ୍ଠ ଉପସ୍ଥାପକ)

Comment