ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜିଓ ନମ୍ବରରୁ ଅନ୍ୟ ନେଟୱର୍କକୁ କଲ କଲେ ମିନିଟ୍‌କୁ ୬ ପଇସା ଲେଖାଏଁ କଟିବ ବୋଲି ଜିଓ ଘୋଷଣା କରିଛି। ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେବାରେ ଲାଗିଛି। ହେଲେ ବର୍ତ୍ତମାନ ଜିଓ ତା’ର ଗ୍ରାହକଙ୍କ ପାଇଁ ଏକ ନୂଆ ଅଫର ଆଣିଛି। ଏହି ଅଫର ଜରିଆରେ ଗ୍ରାହକଙ୍କୁ ଅନ୍ୟ ନେଟୱର୍କକୁ ୩୦ ମିନିଟ୍ ମାଗଣା କଲ କରିପାରିବେ।

ଏଥିପାଇଁ କମ୍ପାନି ପକ୍ଷରୁ କେତେକ ସର୍ତ୍ତ ରଖାଯାଇଛି। ନୂଆ ନିୟମ ଘୋଷଣା ହେବାର ୭ଦିନ ମଧ୍ୟରେ ଯଦି ଗ୍ରାହକ କୌଣସି ନୂଆ ପ୍ଲାନ ରିଚାର୍ଜ କରନ୍ତି, ତେବେ ତାଙ୍କୁ ଅନ୍ୟ ନେଟୱର୍କରେ ୩୦ ମିନିଟ୍ ମାଗଣା କଲ କରିବାର ସୁବିଧା ମିଳିପାରିବ। ଏଥିପାଇଁ କୌଣସି ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ।

ଏହି ଅଫର୍ ଆସନ୍ତା ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ରହିଛି। ଏହି ତାରିଖ ମଧ୍ୟରେ ଆପଣଙ୍କୁ ନିଜର ପ୍ଲାନ ରିଚାର୍ଜ କରିବାକୁ ପଡ଼ିବ। ନଚେତ ଆପଣ ଏହି ଅଫରର ଲାଭ ଉଠାଇ ପାରିବେନି। ଏହି ସୁବିଧା କେବଳ ପ୍ରଥମ ପ୍ଲାନ ପାଇଁ ରହିଛି। ଦ୍ୱିତୀୟଥର ପାଇଁ ଆପଣ ଯେତେବେଳେ ଆପଣଙ୍କ ପ୍ଲାନ ରିଚାର୍ଜ କରିବେ ସେତେବେଳେ ଆପଣଙ୍କୁ ଏହି ଅଫର ମିଳିବନି।

ଗତ ଅକ୍ଟୋବର ୯ ତାରିଖରେ ଜିଓ ନେଟୱାର୍କରୁ ଅନ୍ୟ ନେଟୱର୍କକୁ କଲ୍ କଲେ ଗ୍ରାହକଙ୍କୁ ମିନିଟ୍ ପ୍ରତି ୬ପଇସା ଦେବାକୁ ପଡ଼ିବ ବୋଲି ଘୋଷଣା କରାଯାଇଥିଲା। ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Comment