ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଜିନପିଙ୍ଗ୍‌ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହେବ ଦ୍ୱିପାକ୍ଷିକ ଆଲୋଚନା। ଉଭୟଙ୍କ ମଧ୍ୟରେ ୨ଟି ପର୍ଯ୍ୟାୟରେ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଦୁଇ ରାଷ୍ଟ୍ରମୁଖ୍ୟଙ୍କ ଏ ସାକ୍ଷାତକାର ସମ୍ପୂର୍ଣ୍ଣ ଅନୌପଚାରିକ ହୋଇଥିବାରୁ ଦୁଇ ନେତା କେଉଁ ପ୍ରସଙ୍ଗରେ କଥା ହେବେ ତାହା ଜଣାପଡ଼ିନି।

ତଥାପି ବାଣିଜ୍ୟ, ସୀମା ବିବାଦ, ଆତଙ୍କବାଦ ପ୍ରସଙ୍ଗ ଉପରେ ଦୁଇ ନେତା ଆଲୋଚନା କରିପାରନ୍ତି। ଉଭୟ ନେତାଙ୍କ ମଧ୍ୟରେ ଏହି ଆଲୋଚନା ପରେ ଦୁଇ ଦେଶ ମଧ୍ୟରେ ଥିବା ସୀମା ବିବାଦର ସମାଧାନ ହେବ ବୋଲି କୁହାଯାଉଛି।

ଗତକାଲି ଦୁଇ ନେତାଙ୍କ ମଧ୍ୟରେ ଦେଖା ସାକ୍ଷାତ ହୋଇଥିଲା। ଜିନ୍‌ପିଙ୍ଗଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭବ୍ୟ ସ୍ୱାଗତ କରିବା ସହ ମହାବଳିପୁରମର ସୋର ମନ୍ଦିରରେ ଦୁଇନେତା ପରିଦର୍ଶନ କରିଥିଲେ।

Comment