ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୧୯୮୩ରେ ଭାରତ ପ୍ରଥମ ଥର ପାଇଁ କ୍ରିକେଟ ବିଶ୍ୱକପ୍ ଜିତିଥିଲା। ଇଂଲଣ୍ଡ ମାଟିରେ ପ୍ରଥମ ଥର ପାଇଁ ବିଶ୍ୱକପ ତୋଳି ଧରିଥିଲେ ଅଧିନାୟକ କପିଳ ଦେବ। ଏହାକୁ ନେଇ ନିର୍ମିତ ହେଉଛି ବଲିଉଡ୍ ଫିଲ୍ମ ‘୮୩’। ଯାହାର ମୁଖ୍ୟ ଚରିତ୍ରରେ ନଜର ଆସୁଛନ୍ତି ଅଭିନେତା ରଣବୀର ସିଂହ।

ଫିଲ୍ମର ସୁଟିଂ ସମୟରେ ରଣବୀର କାନ୍ଦି ପକାଇଥିଲେ ବୋଲି ଫିଲ୍ମର ନିର୍ଦ୍ଦେଶକ କବୀର ଖାନ୍ କହିଛନ୍ତି। ଜାତୀୟ ଗଣମାଧ୍ୟମର ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି ଯେ, ଯେତେବେଳେ ଫିଲ୍ମର ଶେଷ ଦୃଶ୍ୟର ସୁଟିଂ ଇଂଲଣ୍ଡର ଲର୍ଡସ ଗ୍ରାଉଣ୍ଡରେ ଶେଷ ହୋଇଥିଲା। ସେହି ସମୟରେ ରଣବୀର କାନ୍ଦି ପକାଇଥିଲେ।

ଫିଲ୍ମ ସୁଟିଂର ଶେଷ ଦୃଶ୍ୟରେ କପିଳ ଦେବ ବିଶ୍ୱକପ୍ ଉଠାଇବା ଭଳି ରଣବୀର ବିଶ୍ୱକପ୍ ଉଠାଇ ଧରିଥିଲେ। ଏହାପରେ ଫିଲ୍ମର ସୁଟିଂ ଶେଷ ହୋଇଥିଲା। ଏହାପରେ ସେ ବହୁତ ମନଦୁଃଖ କରିଥିଲେ ବୋଲି କହିଛନ୍ତି ନିର୍ଦ୍ଦେଶକ କବୀର ଖାନ୍।

ଫିଲ୍ମଟି ଆଗାମୀ ବର୍ଷ ରିଲିଜ୍ ହେବାକୁ ଯାଉଛି। ଯେଉଁଥିରେ ରଣବୀରଙ୍କ ସିଂହଙ୍କ ସହ ଦୀପିକା, ପଙ୍କଜ ତ୍ରିପାଠୀ, ବୋମନ ଇରାନୀଙ୍କ ଭଳି କଳାକାର ନଜର ଆସିବେ।

Comment