ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଂଲଣ୍ଡରେ ପ୍ରଦର୍ଶିତ ହେବ କଟକ ପ୍ରସିଦ୍ଧ ହସ୍ତଶିଳ୍ପ ରୁପା ତାରକସି କାମକୁ ନେଇ ପ୍ରସ୍ତୁତ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ‘ରୁପା ତାରକସି’। ଇଂଲଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଲିଫ୍ଟ ଅଫ୍‌ ଫିଲ୍ମ ଫେଷ୍ଟିଭାଲରେ ‘ରୁପା ତାରକସି’ ପ୍ରଦର୍ଶୀତ ହେବା ପାଇଁ ମନୋନୀତ ହୋଇଛି। ଏହାକୁ ନିର୍ମାଣ କରିଛନ୍ତି କଟକ ବିଜୁ ପଟ୍ଟନାୟକ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌ ରୁ ପାସ୍‌ କରିଥିବା ଦୁଇ ଯୁବକ ଦୀପକ ଉପାଧ୍ୟାୟ ଏବଂ ଦିବ୍ୟାଲୋକ ସିହ୍ନା।

୩ ମିଟିଟ୍‌ ୫ ସେକେଣ୍ଡର ଏହି ଡକ୍ୟୁମେଣ୍ଟାରୀ ଫିଲ୍ମ କଟକରେ ତାରକସି କାମ ହେଉଥିବା ସ୍ଥାନ ବିଶେଷ କରି ମଙ୍ଗଳବାଗ୍‌ ଓ ବକ୍ସିବଜାରରେ ସୁଟିଂ ହୋଇଛି। ଏହି ଫିଲ୍ମରେ ତାରକସିର ଇତିହାସରୁ ଆରମ୍ଭ କରି ଏହି ହସ୍ତଶିଳ୍ପ ପ୍ରତି ଲୋକମାନେ କାହିଁକି ଆକୃଷ୍ଟ ହୋଇଥାନ୍ତି ସେ ବିଷୟରେ ବର୍ଣ୍ଣନା କରାଯାଇଛି।

‘ରୁପା ତାରକସି’ ଡକ୍ୟୁମେଣ୍ଟାରୀ ଫିଲ୍ମର ସିନେମାଟୋଗାଫି କରିଛନ୍ତି ଦିବ୍ୟାଲୋକ ସିହ୍ନା। ଲୋକେସନ ଏବଂ  ସାଉଣ୍ଡରେ ଜ୍ଞାନ ରଞ୍ଜନ ରାଉଳ, ପ୍ରଶାନ୍ତ ପୃଷ୍ଟି, ସ୍ମିତା ହେମ୍ବ୍ରମ। ସେହିପରି ସାଉଣ୍ଡ ଡଜାଇନ୍‌ ଓ ମିକ୍ସିରେ ରହିଛନ୍ତି ଜ୍ଞାନ ରଞ୍ଜନ ରାଉଳ ଏବଂ ଦୀପକ ଉପାଧ୍ୟାୟ।

Comment