ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ଙ୍କୁ ସାକ୍ଷାତ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଦୁଇ ଦିନିଆ ଗୁଜୁରାଟ ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି କୋବିନ୍ଦ ନିଜ ପତ୍ନୀ ସବିତା କୋବିନ୍ଦଙ୍କ ସହ ଗାନ୍ଧୀନଗରରେ ଅବସ୍ଥିତ ରାୟସନ ଗାଁରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମା’ ହୀରା ବାଙ୍କୁ ସାକ୍ଷାତ କରିଛନ୍ତି।

ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ଫଟୋ ଟୁଇଟର ପେଜ୍‌ରେ ସେୟାର କରାଯାଇ କୁହାଯାଇଛି,”ରାଷ୍ଟପତି ରାମନାଥ କୋବିନ୍ଦ ଗୁଜୁରାଟ ଗାନ୍ଧୀନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରା ବାଙ୍କୁ ସାକ୍ଷତା କରିଛନ୍ତି। ଏଥିସହିତ ମା’ଙ୍କ ଭଲ ସ୍ୱାସ୍ଥ୍ୟ ପାଇଁ ଶୁଭକାମନା ଜଣାଇଛନ୍ତି।”

ରାଷ୍ଟପତି ପାଖାପାଖି ଅଧ ଘଣ୍ଟା ତାଙ୍କ ବାସଭବନରେ ବିତାଇଥିଲେ। ଏହାପରେ ନିଜ ପତ୍ନୀଙ୍କ ସହ କୋବାଠାରେ ଅବସ୍ଥିତ ମହାବୀର ଜୈନ ଆରାଧନା କେନ୍ଦ୍ର ଯାଇଥିଲେ ରାଷ୍ଟ୍ରପତି କୋବିନ୍ଦ। ସୂଚନାଯୋଗ୍ୟ, ଶନିବାର ଦୁଇ ଦିନଆ ଗୁଜୁରାଟ ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।

Comment