ଓଡ଼ିଶାଲାଇଭ ବ୍ୟୁରୋ

ଆଡହକ ଅଧ୍ୟାପକଙ୍କ କାର୍ଯ୍ୟକାଳ ଶେଷ ଥର ପାଇଁ ବଢ଼ାଇଛନ୍ତି ରାଜ୍ୟ ସରକାର। ୨୦୨୦ ମେ ୩୧ ପର୍ଯ୍ୟନ୍ତ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଏହାପରେ ଆଉ କାର୍ଯ୍ୟକାଳ ବୃଦ୍ଧି କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସରକାର।

ଅବସର ପାଇବା ପରେ ରାଜ୍ୟରେ ଆଡହକ ଭାବରେ କାର୍ଯ୍ୟ କରଛନ୍ତି ଅଧ୍ୟାପକ। ତେବେ ମେ ୩୧ ପରେ ସଂପୃକ୍ତ ଅଧ୍ୟାପକଙ୍କ ଚାକିରି ସ୍ଵୟଂକ୍ରିୟା ଭାବେ ଶେଷ ହେବ ବୋଲି ସୂଚନା ଦିଆଯାଇଛି। ରାଜ୍ୟରେ ଡିଗ୍ରୀ ଓ ସ୍ଵୟଂଶାସିତ କଲେଜରେ ମୋଟ ୧୮୭ ଆଡହକ ଅଧ୍ୟାପକ କାମ କରୁଛନ୍ତି।

Comment