ଓଡ଼ିଶାଲାଇଭ୍ ବ୍ୟୁରୋ

ଗୋଟିଏ ବିଦ୍ୟୁତ୍ ବଲବ୍ ୧୧୮ ବର୍ଷ ଧରି ଲଗାତର ଜଳୁଛି। କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ସାଧାରଣ ବିଦ୍ୟୁତ୍ ବଲ୍‌ବର ଆୟୁଷ ଅତି ବେଶୀରେ ଦୁଇ କିମ୍ବା ତିନି ବର୍ଷ ହୋଇଥାଏ। ତେବେ ଲଗାତର ୧୧୮ବର୍ଷ ଧରି ଗୋଟିଏ ବଲବ୍ ୨୪ଘଣ୍ଟା ଜଳି ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

କାଲିଫର୍ଣ୍ଣିଆର ‘ଲେବରମୋର’ ସହରରେ ଥିବା ଏକ ଦମକଳ କେନ୍ଦ୍ରରେ ଏହି ବିଦ୍ୟୁତ ବଲବ୍‌କୁ ଦେଖିବାକୁ ମିଳିଛି। ଯାହାକୁ ପ୍ରଥମ ଥର ପାଇଁ ସେଠାରେ ୧୯୦୧ ମସିହାରେ ଜଳାଯାଇଥିଲା। ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ସେହି ବଲବ୍‌ଟି ସେଠାରେ ଜଳୁଛି।

୧୯୩୭ ମସିହାରେ କେବଳ ତାର ଖରାପ ହେବା କାରଣରୁ ଏହାକୁ ଅଳ୍ପ ସମୟ ପାଇଁ ବନ୍ଦ କରାଯାଇଥିଲା। ତାର ବଦଳାଇବା ପରେ ବଲବ୍‌ଟିକୁ ପୁଣିଥରେ ଜଳାଯାଇଥିଲା। ସେହିଦିନଠାରୁ ସେହି ବଲବ୍ ସେମିତି ଜଳିଆସୁଛି।

ଏଥିପାଇଁ ଏହି ବଲବ୍ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି। ବଲବ୍ ଉପରେ ନଜର ରଖିବାକୁ ସ୍ୱତନ୍ତ୍ର ସିସିଟିଭି କ୍ୟାମେରା ଲଗାଯାଇଛି। ୨୦୦୧ରେ ଏହି ବଲବ୍ ନିଜର ଶହେ ତମ ଜନ୍ମଦିନ ପାଳନ କରିଥିଲା।

Comment