ଓଡ଼ିଶାଲାଇଭ୍ ବ୍ୟୁରୋ

ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଦେଖିଛନ୍ତି ଅମୀର ଖାନଙ୍କ ଅଭିନୀତ ସୁପରହିଟ୍‌ ‘ଦଙ୍ଗଲ’ ଫିଲ୍ମ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଏକଥା କହିଛନ୍ତି। ମଙ୍ଗଳବାର ନିର୍ବାଚନୀ ପ୍ରଚାର ପାଇଁ ହରିୟାଣା ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିର୍ବାଚନୀ ପ୍ରଚାର ସମୟରେ ସେ ଏକଥା କହିଛନ୍ତି।

ନିକଟରେ ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ନିଜେ ଏହି ମୋଦୀଙ୍କୁ କହିଥିଲେ। ଏହି ଫିଲ୍ମରେ ସେ ଅମିର ଖାନଙ୍କ ଅଭିନୟକୁ ପ୍ରଶଂସା କରିଥିଲେ। ଏହାସହ ଏହି ଫିଲ୍ମରେ ଭାରତର ସାହାସୀ ଝିଅର କାହାଣୀ ଚୀନ ରାଷ୍ଟ୍ରପତିଙ୍କୁ ବେଶ୍ ପସନ୍ଦ ଆସିଥିଲା ବୋଲି ମୋଦୀ କହିଛନ୍ତି।

ଏହି ଫିଲ୍ମରେ ଅମୀର ଖାନ୍ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ। ସେ ଏଥିରେ ତାଙ୍କ ଦୁଇ ଝିଅଙ୍କୁ କୁସ୍ତି ଲଢ଼ିବା ଶିଖାଉଥିବା ଦେଖାଯାଇଥିଲା। ହରିୟାଣାର ଏକ ସତ୍ୟ ଘଟଣାକୁ ଆଧାର କରି ଏହି ଫିଲ୍ମ ନିର୍ମିତ ହୋଇଥିଲା।

Comment