ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଣିଷମାନଙ୍କ ପାଇଁ ବ୍ଲଡ୍‌ ବ୍ୟାଙ୍କ୍‌ ରହିବା ସାଧାରଣ କଥା। ହେଲେ ପଶୁମାନଙ୍କ ପାଇଁ ବ୍ଲଡ ବ୍ୟାଙ୍କ ଥିବା କଥା କେବେ ଆପଣ ଶୁଣିଛନ୍ତି କି? କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କିଛି ଦେଶ ଅଛି ଯେଉଁଠି ‘ପେଟ୍‌ସ ବ୍ଲଡ ବ୍ୟାଙ୍କ’ ନିର୍ମାଣ କରାଯାଇଛି। ଏଥିରେ କୁକୁର, ବିଲେଇଙ୍କ ରକ୍ତ ମିଳିଥାଏ। କାରଣ ଅଧିକାଂଶ ଲୋକ କୁକୁର, ବିଲେଇ ଘରେ ପାଳିବାକୁ ପସନ୍ଦ କରନ୍ତି। ଯେବେ ବି କୁକର ଆଉ ବିଲେଇଙ୍କୁ ରକ୍ତ ଆବଶ୍ୟକ ପଡ଼ିଥାଏ ସେମାନେ ଏହିଠାରୁ ହିଁ ରକ୍ତ ନେଇଥାନ୍ତି।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ମଣିଷଙ୍କ ଭଳି କୁକୁର ବିଲେଇଙ୍କର ବି ବିଭିନ୍ନ ବ୍ଲଡ୍‌ ଗ୍ରୁପ୍‌ ଥାଏ।

ଉତ୍ତର ଆମେରିକାର ବିଭିନ୍ନ ସହରରେ ପଶୁ ବ୍ଲଡ୍‌ ବ୍ୟାଙ୍କ ରହିଛି। ଇଂଲଣ୍ଡରେ ବି ପଶୁଙ୍କ ପାଇଁ ବ୍ଲଡ୍‌ ବ୍ୟାଙ୍କ ରହିଛି। ବିଭିନ୍ନ ସମୟରେ ଲୋକେ ଏହି ବ୍ଲଡ୍‌ ବ୍ୟାଙ୍କକୁ ନିଜ ପୋଷା କୁକୁର, ବିଲେଇଙ୍କୁ ନେଇ ରକ୍ତଦାନ କରାଇଥାନ୍ତି।

ରିପୋର୍ଟ ଅନୁସାରେ କୁକୁର, ବିଲେଇଙ୍କ ବ୍ଲଡ ଡୋନେଟ ପ୍ରକ୍ରିୟାରେ ପ୍ରାୟ ୩୦ ମିନିଟ୍‌ ଲାଗିଥାଏ।

Comment