ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟର ବିଭିନ୍ନ ବାର୍‌ ଆସୋସିଏସନର କାର୍ଯ୍ୟ ବନ୍ଦ ଆନ୍ଦୋଳନ ପ୍ରସଙ୍ଗରେ ଆଜି ସମସ୍ତ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନୋଟିସ୍‌ ପଠାଇଛନ୍ତି। ହାଇକୋର୍ଟର ୧୪ ଜଣିଆ ଫୁଲ୍‌ ବେଞ୍ଚ୍‌ ଏହି ନୋଟିସ୍‌ ଜାରି କରିଥିଲା ବେଳେ ଆସନ୍ତା ୨୧ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ କୁହାଯାଇଛି।

ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଆଇନ ସଚିବଙ୍କ ସହ ଉଭୟ ଜାତୀୟ ଓ ରାଜ୍ୟ ବାର୍‌ କାଉଂସିଲ ଅଧ୍ୟକ୍ଷଙ୍କୁ ହାଇକୋର୍ଟ ନୋଟିସ୍‌ ଜାରି କରିଛନ୍ତି। ହାଇକୋର୍ଟ ବାର୍‌ ଆସୋସିଏସନର ସଭାପତି, ସଂପାଦକଙ୍କ ସହିତ ରାଜ୍ୟର ଆନ୍ଦୋଳନରତ ସମସ୍ତ ବାର୍‌ ଆସୋସିଏସନକୁ ଏହି ନୋଟିସ୍‌ ହୋଇଛି।

ରାଜ୍ୟରେ ବିଭିନ୍ନ କାରଣରୁ ବିଭିନ୍ନ ସ୍ଥାନରେ ଆଇନଜୀବୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଏହାଦ୍ୱାରା ବିଚାର ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ପ୍ରଭାବିତ ହେଉଛି। ଏହାକୁ କିପରି ଭାବେ ସମାଧାନ କରାଯିବ ଏଥିଲାଗି ଏକ ଅଦାଲତ ଅବମାନନା ମାମଲା ରୁଜୁ ହୋଇଥିଲା। ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଥିଲା।

Comment