ଓଡ଼ିଶାଲାଇଭ୍ ବ୍ୟୁରୋ

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଟେଲିଭିଜନ ତାରକା ମୋହିନା ସିଂ। ଉତ୍ତରାଖଣ୍ଡ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ତଥା ଆଧ୍ୟାତ୍ମିକ ଗୁରୁ ସତ୍‌ପାଲ୍‌ ମହାରାଜଙ୍କ ପୁଅ ସୁୟଶ୍ ରାଓ୍ୱତଙ୍କୁ ବିବାହ କରିଛନ୍ତି ମୋହିନା। ହରିଦ୍ୱାରଠାରେ ମୋହିନାଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି।

ମୋହିନା ଲାଲ୍‌ ରଙ୍ଗର ଲେହେଙ୍ଗା ଓ ଗହଣା ପିନ୍ଧି ପୂରା ରାଜକୀୟ ଠାଣିରେ ଫଟୋଶୁଟ୍‌ କରିଛନ୍ତି। ଏହି ଫଟୋ ଏବେ ସାରା ସୋସିଆଲ୍ ମିଡିଆରେ ଘୁରି ବୁଲୁଛି।

ମୋହିନା ‘ୟେ ରିସ୍ତା କ୍ୟା କେହେଲାତା ହେ’ର କୀର୍ତ୍ତି ଗୋଏଙ୍କା ନାମରେ ଘରେ ଘରେ ପରିଚିତ। କେବଳ ସେତିକି ନୁହେଁ ସେ ପ୍ରକୃତରେ ମଧ୍ୟପ୍ରଦେଶସ୍ଥିତ ରିଓ୍ୱାର ରାଜକୁମାରୀ, ମହାରାଜା ପୁଷ୍ପରାଜ ସିଂ ଜୁଦେବ୍‌ଙ୍କ ଝିଅ। ‘ଡାନ୍ସ୍ ଇଣ୍ଡିଆ ଡାନ୍ସ୍’ର ସିଜନ୍-୩ ଜରିଆରେ ଟେଲିଭିଜନ୍ ପରଦାରେ ପ୍ରଥମ କରି ପାଦ ଦେଇଥିଲେ ମୋହିନା। ଏହା ପରେ ବିଭିନ୍ନ ରିଆଲିଟି ସୋ, ସିରିଆଲ୍ ଆଉ ‘ଏବିସିଡି’ ଳୟଭଳି ବଲିଉଡ୍ ସିନେମାରେ ବି ମୋହିନାଙ୍କୁ ଦେଖିବାକୁ ମିଳିଥିଲା।

ବିବାହ ପରେ କିନ୍ତୁ ସେ ଅଭିୟନ ଜଗତରୁ ଦୂରେଇ ରହିବେ ବୋଲି ଗଣମାଧ୍ୟମକୁ ସ୍ପଷ୍ଟ କରିଛନ୍ତି।

Comment