ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ନଭେମ୍ବର ୧୫ ତାରିଖରେ ରିଲିଜ ହେବାକୁ ଯାଉଛି ଅଭିନେତା ସୁରଜ୍ ପାଞ୍ଚୋଲି ଅଭିନୀତ ସାଟେଲାଇଟ୍ ଶଙ୍କର‘ ଫିଲ୍ମ। ଇର୍‌ଫାନ୍ କମଲ୍ ନିର୍ଦ୍ଦେଶିତ ସାଟେଲାଇଟ୍ ଶଙ୍କରରେ ସୁରଜଙ୍କୁ ଜଣେ ଆର୍ମି ଅଫିସର୍‌ଙ୍କ ଭୂମିକାରେ ଦେଖିବାକୁ ମିଳିବ।

 

ଦେଶ ସୁରକ୍ଷା ଲାଗି ଆର୍ମି ବାନମାନେ କିପରି ସଂଘର୍ଷ କରୁଛନ୍ତି ଓ ତାଙ୍କର କିଭଳି ସଂଘର୍ଷମୟ ଜୀବନ ତାହା ଏହି ଫିଲ୍ମରେ ଦର୍ଶାଯାଇଛି।

 

 ଭୂଷଣ କୁମାର, ମୁରାଦ୍ ଖେତାନୀ, କ୍ରିଷ୍ଣ କୁମାର ଏବଂ ଅଶ୍ବିନ୍ ଓ୍ୱାର୍‌ଦେଙ୍କ ମିଳିତ ପ୍ରଯୋଜନାରେ ନିର୍ମିତ ହୋଇଛି ସାଟେଲାଇଟ୍ ଶଙ୍କରସିନେମା। ଗତ ଶୁକ୍ରବାର ଦିନ ସୁରଜ ନିଜ ଇନ୍‌ଷ୍ଟାଗ୍ରାମ୍ ପେଜ୍‌ରେ ଫିଲ୍ମର ଗୋଟିଏ ପୋଷ୍ଟର୍‌ ରିଲିଜ୍ କରି ଫିଲ୍ମ ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ପୋଷ୍ଟର୍‌ରେ ସୁରଜ୍ ଗୋଟିଏ କଳା ଟିସାର୍ଟ ଆଉ କାର୍ଗୋ ପ୍ୟାଣ୍ଟ୍ ପିନ୍ଧିଛନ୍ତି। ଏହା ସହିତ ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଥିବା କଥା ବି ସୁରଜ ଲେଖିଛନ୍ତି।

Comment