ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ସ୍ୱାସ୍ଥ୍ୟସେବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି। ଫୁଲବାଣୀରେ ନିର୍ମାଣ ହେବ ନୂଆ ମେଡିକାଲ କଲେଜ୍‌। ସେହିପରି ରାଜ୍ୟର ସମସ୍ତ ଅବିଭକ୍ତ ଜିଲ୍ଲାଗୁଡ଼ିକରେ ମେଡିକାଲ କଲେଜ ନିର୍ମାଣ କରାଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଆଜି ଲୋକସେବା ଭବନରେ ବସିଥିବା ବୈଠକ ପରେ ମୁଖ୍ୟମନ୍ତ୍ରୀ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୁଲବାଣୀରେ ନିର୍ମାଣ ହେବାକୁ ଥିବା ମେଡିକାଲ କଲେଜରେ ୫୦୦ ଶଯ୍ୟା ରହିବ। ସେହିପରି ଅନ୍ୟ ୫ଟି ଜିଲ୍ଲା ବୌଦ୍ଧ, କଳାହାଣ୍ଡି, ରାୟଗଡ଼ା, ନୟାଗଡ଼, ନୂଆ ପଡ଼ା ଜିଲ୍ଲାରେ ମେଡିକାଲ କଲେଜ ପାଇଁ ଭିତ୍ତିଭୂମିର ବିକାଶ କରାଯିବ।

ଅନ୍ୟପକ୍ଷରେ ରାଜ୍ୟରେ ‘ମୋ ସରକାର’ କାର୍ଯ୍ୟକ୍ରମ ଅନ୍ୟ ବିଭାଗକୁ ସମ୍ପ୍ରସାରଣ କରିବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଡିସେମ୍ବର ୧ ସୁଦ୍ଧା ଆଉ ୫ଟି ବିଭାଗକୁ ସମ୍ପ୍ରସାରଣ କରାଯିବ। ସେହିପରି ମାର୍ଚ୍ଚ ୫ ତାରିଖ ସୁଦ୍ଧା ସବୁ ବିଭାଗକୁ ‘ମୋ ସରକାର’ ସମ୍ପ୍ରସାରଣ କରିବା ନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

Comment