ଓଡ଼ିଶାଲାଇଭ୍‌ ବ୍ୟୁରୋ

swosti chilika reasort

ଅକ୍ଟୋବର ୨୪ ଓ ୨୫, ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ ଚାଲିବ ସାକ୍ଷାତକାର

ସ୍ୱସ୍ତି ହୋଟେଲ ଗ୍ରୁପ୍‌ ପକ୍ଷରୁ ଚିଲିକା କୂଳରେ ଗଢ଼ି ଉଠିଥିବା ଦେଶର ଏକ ଆଗ ଧାଡ଼ିର ରିସର୍ଟ ଭାବେ ପରିଚିତ ‘ସ୍ୱସ୍ତି ଚିଲିକା ରିସର୍ଟ’। ଏହି ଆଧୁନିକ ହୋଟେଲରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଆହ୍ୱାନ କରାଯାଉଛି।

swosti chilika reasort

ଏଥିପାଇଁ ଚଳିତ ମାସ ୨୪ ଓ ୨୫ ତାରିଖ ସକାଳ ୧୦ଟାରୁ ଅପରାହ୍‌ଣ ୪ ପର୍ଯ୍ୟନ୍ତ ସିଧାସଳଖ ସାକ୍ଷାତକାର ବା ୱାକ୍ ଇନ୍ ଇଣ୍ଟରଭ୍ୟୁ ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ଭୁବନେଶ୍ୱରରୁ ବ୍ରହ୍ମପୁର ଯିବା ରାସ୍ତାରେ ବାଲୁଗାଁ ପୂର୍ବରୁ ବାମ ପଟେ ରହିଛି ଓଡ଼ିଆ ଆଲପୁର(ଗଞ୍ଜାମ ଜିଲ୍ଲା)। ସେହିଠାରେ ଅବସ୍ଥିତ ସ୍ୱସ୍ତି ଚିଲିକା ରିସର୍ଟ ପରିସରରେ ସାକ୍ଷାତକାର ହେବ।

swosti chilika reasort

୧. ଏଫ୍‌ଏନ୍‌ବି ମ୍ୟାନେଜର: ହୋଟେଲ ମ୍ୟାନେଜ୍‌ମେଣ୍ଟରେ ଡିଗ୍ରୀ କିମ୍ବା ଡିପ୍ଲୋମା ସହିତ ୬ ବର୍ଷରୁ ଅଧିକ ଅଭିଜ୍ଞତା (ଆଇଡିଏସ୍‌ କ୍ଷେତ୍ରରେ ଜ୍ଞାନ ଥିବା ଆବଶ୍ୟକ)

୨. ଏଫ୍‌ଓଏ/ଜିଆର୍‌ଇ: ହୋଟେଲ ମ୍ୟାନେଜମେଣ୍ଟ ସହିତ କୌଣସି ଷ୍ଟାର ହୋଟେଲରୁ ଅନୂନ୍ୟ ୨ ବର୍ଷରୁ ଅଧିକ ଅଭିଜ୍ଞତା

୩. ଆକାଉଣ୍ଟସ୍‌ ଆସୋସିଏଟ୍‌ସ: ବି.କମ୍‌ ସହିତ ଅନୂନ୍ୟ ୨ ବର୍ଷର ଆକାଉଣ୍ଟିଂର ଅଭିଜ୍ଞତା

swosti chilika reasort

୪. ନାଇଟ୍‌ ଅଡିଟର: ବି.କମ୍‌ ସହିତ କୌଣସି ଷ୍ଟାର ହୋଟେଲ୍‌ରେ ନାଇଟ୍‌ ଅଡିଟର ଭାବେ ଅନୂନ୍ୟ ୨ ବର୍ଷର ଅଭିଜ୍ଞତା

୫. ଏଫ୍‌ଏନ୍‌ବି କଣ୍ଟ୍ରୋଲ ଆସୋସିଏଟ୍‌ସ: ଯେକୌଣସି ବିଷୟରେ ସ୍ନାତକ ଶିକ୍ଷା ସହିତ ଏଫ୍‌ଏନ୍‌ବି କଣ୍ଟ୍ରୋଲ ଆସୋସିଏଟ୍‌ ଭାବେ ଅନୂନ୍ୟ ୧ ବର୍ଷର ଅଭିଜ୍ଞତା

୬. ସିଡିପି/କମି-୧/କମି-୨(ଇଣ୍ଡିଆନ୍‌/ଚାଇନିଜ୍‌/କଣ୍ଟିନେଣ୍ଟାଲ/ତନ୍ଦୁର/ବେକେରି ସେଫ୍‌): ମ୍ୟାଟ୍ରିକ୍‌ ପାସ୍‌ ସହିତ ହୋଟେଲ ମ୍ୟାନେଜ୍‌ମେଣ୍ଟ ଶିକ୍ଷା କିମ୍ବା କୌଣସି ଷ୍ଟାର ହୋଟେଲରେ ୪ରୁ ୫ ବର୍ଷର ଅଭିଜ୍ଞତା

swosti chilika reasort

୭. ହାଲ୍‌ୱାଇ/କମି-୩: ମ୍ୟାଟ୍ରିକ୍‌ ପାସ୍‌ ସହିତ କୌଣସି ଷ୍ଟାର ହୋଟେଲରେ ସେହି କ୍ଷେତ୍ରରେ ଅନୂନ୍ୟ ୨ ବର୍ଷର ଅଭିଜ୍ଞତା

୮. କ୍ୟାପ୍ଟେନ୍/ ସିନିୟର ଷ୍ଟିୱାର୍ଡ/ ଷ୍ଟିୱାର୍ଡ: ଯୁକ୍ତ ୨ ପାସ୍‌ ସହିତ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା କିମ୍ବା କୌଣସି ଷ୍ଟାର ହୋଟେଲରୁ ସମ୍ପୃକ୍ତ କ୍ଷେତ୍ରରେ ୨ରୁ ୩ ବର୍ଷର ଅଭିଜ୍ଞତା

୯. ଏଚ୍‌କେ ସୁପରଭାଇଜର: ସ୍ନାତକ ସହିତ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ଏବଂ କୌଣସି ଷ୍ଟାର ହୋଟେଲରେ ୨ରୁ ୩ ବର୍ଷର ଅଭିଜ୍ଞତା

swosti chilika reasort

୧୦. ରୁମ୍‌ ବୟ/ହାଉସ୍‌ମ୍ୟାନ୍‌: ମ୍ୟାଟ୍ରିକ୍‌ ପାସ ସହିତ କୌଣସି ଷ୍ଟାର ହୋଟେଲରେ ସମ୍ପୃକ୍ତ କ୍ଷେତ୍ରରେ ୨ରୁ ୩ ବର୍ଷର ଅଭିଜ୍ଞତା

୧୧. କିଚେନ୍‌ ସୁପରଭାଇଜର: ସ୍ନାତକ ସହିତ କୌଣସି ଷ୍ଟାର ହୋଟେଲରେ ସମ୍ପୃକ୍ତ କ୍ଷେତ୍ରରେ ୨ରୁ ୩ ବର୍ଷର ଅଭିଜ୍ଞତା

୧୨. ହେଲ୍‌ଥ କ୍ଲବ୍‌ ଇନ୍‌ଷ୍ଟ୍ରକ୍ଟର: ସମ୍ପୂର୍ଣ୍ଣ ଶାରୀରିକ ବ୍ୟାୟାମ ସହିତ ବିଭିନ୍ନ ଇକ୍ୟୁପ୍‌ମେଣ୍ଟ୍‌ ପରିଚାଳନା ଉପରେ ପ୍ରାର୍ଥୀଙ୍କ ଅଭିଜ୍ଞତା ଥିବା ଦରକାର

swosti chilika reasort

୧୩. ସୁଇମିଂପୁଲ୍ ଆଟେଣ୍ଟାଣ୍ଟ: ପ୍ରାର୍ଥୀ ସନ୍ତରଣରେ ଦକ୍ଷ ହେବା ସହିତ ସୁଇମିଂପୁଲ୍ ପରିଚାଳନା କ୍ଷେତ୍ରରେ ଅଭିଜ୍ଞତା ଥିବା ଆବଶ୍ୟକ

ସ୍ୱସ୍ତି ଚିଲିକା ରିସର୍ଟ ପକ୍ଷରୁ ଶୁକ୍ରାର ଦିନ ଏକ ବିଜ୍ଞାପନରେ ଏହି ସବୁ ପଦବୀରେ ନିଯୁକ୍ତି ପାଇଁ ଘୋଷଣା କରାଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ନିଜର ସିଭି, ପାସ୍‌ପୋର୍ଟ ଫଟୋ, ଶିକ୍ଷାଗତ ଯୋଗ୍ୟତା ଓ ପ୍ରମାଣପତ୍ର ସହିତ ସାକ୍ଷାତକାର ପାଇଁ ଆସିପାରିବେ।

ଶିକ୍ଷାଗତ ଯୋଗ୍ୟତା, ଅନୁଭୂତି ଏବଂ ଦକ୍ଷତା ଆଧାରରେ ପ୍ରାର୍ଥୀଙ୍କ ଦରମା ସ୍ଥିର କରାଯିବ ବୋଲି ସ୍ୱସ୍ତି ଚିଲିକା ରିସର୍ଟ ପକ୍ଷରୁ ସୂଚନା ଦିଆଯାଇଛି।

swosti chilika reasort

ଏହି ଅତ୍ୟାଧୁନିକ ରିସର୍ଟ ଓଡ଼ିଶାର ଆଗଧାଡ଼ିର ହୋଟେଲ ଗ୍ରୁପ୍‌ ସ୍ୱସ୍ତି ପକ୍ଷରୁ ଦୁଇ ବର୍ଷ ତଳେ ଗଢ଼ି ଉଠିଛି। ସ୍ୱସ୍ତି ଗ୍ରୁପ୍‌ର ବିଭିନ୍ନ ହୋଟେଲ ଭିତରେ ରହିଛି ଭୁବନେଶ୍ୱରରେ ଥିବା ସ୍ୱସ୍ତି ଗ୍ରାଣ୍ଡ, ସ୍ୱସ୍ତି ପ୍ରିମିୟମ ଏବଂ ଗୋପାଳପୁରରେ ସ୍ୱସ୍ତି ପାମ୍‌ ବିଚ୍‌ ରିସର୍ଟ। ଉଦ୍ୟୋଗୀ ଜେ କେ ମହାନ୍ତିଙ୍କ ନେତୃତ୍ୱରେ ପରିଚାଳିତ ସ୍ୱସ୍ତି ହୋଟେଲ ଗ୍ରୁପ୍‌ ପକ୍ଷରୁ ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ନିକଟରେ ଆଉ କେତୋଟି ହୋଟେଲ ନିର୍ମାଣ ହେବାକୁ ଯାଉଛି।

swosti chilika reasort

ଏହି କମ୍ପାନି ପକ୍ଷରୁ ହୋଟେଲ ଆଣ୍ଡ ହସ୍ପିଟାଲିଟି କ୍ଷେତ୍ରରେ ଶିକ୍ଷାଦାନ ଓ ତାଲିମ୍‌ ପାଇଁ ରହିଛି ‘ସିମ୍‌ସ’ (ସ୍ୱସ୍ତି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ ଆଣ୍ଡ ସୋସିଆଲ ଷ୍ଟଡିଜ୍‌)। ସେହିପରି ସ୍ୱସ୍ତି ଟ୍ରାଭେଲ୍‌ସ ଦେଶର ଏକ ଅଗ୍ରଣୀ ଟୁର୍‌ ଅପରେଟର ଭାବେ ଦୀର୍ଘ ବର୍ଷରୁ କାମ କରି ଆସୁଛି।

କମ୍ପାନି ସମ୍ପର୍କରେ ଅଧିକ ସୂଚନା ପାଇଁ ଆଗ୍ରହୀ ପ୍ରାର୍ଥୀମାନେ www.swostihotels.com ଲଗ୍‌ଇନ୍‌ କରିପାରିବେ।

Comment