ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ତ୍ତମାନ ବଲିଉଡରେ ପ୍ରାୟ ସବୁ ଫିଲ୍ମ ସତ୍ୟ ଘଟଣା ଆଉ ଚରିତ୍ର ଉପରେ ଆଧାରିତ ହେଉଛିା ଦର୍ଶକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ନିର୍ମାତାମାନେ ବି ସତ୍ୟ କାହାଣୀ ଉପରେ ଫିଲ୍ମ ତିଆରି କରୁଛନ୍ତିା ଫିଲ୍ମ ନିର୍ମାତା ସଂଜୟ ଲୀଲା ଭଂଶାଳୀ ବି ବର୍ତ୍ତମାନ ଏହି ଟ୍ରେଣ୍ଡ ଫଲୋ କରୁଛନ୍ତିା ବର୍ତ୍ତମାନ ସେ ‘ଗଙ୍ଗୁବାଇ କାଠିଆୱାଡି’ରେ ପ୍ରୋଜେକ୍ଟରେବ୍ୟସ୍ତା ଫିଲ୍ମରେ ଚୁଲବୁଲି ନାୟିକା ଆଲିଆ ଭଟ୍ଟ ଗଙ୍ଗୁବାଇ ଚରିତ୍ରରେ ଅଭିନୟ କରିବୋ
ଫିଲ୍ମର କାହାଣୀ ଏସ୍ ହୁସେନ୍ ଜେଦିଙ୍କ ପୁସ୍ତକ ‘ମାଫିଆ କୁଇନ୍ସ୍ ଅଫ୍ ମୁମ୍ବାଇ’ର ଏକ ଅଧ୍ୟାୟରୁ ନିଆଯାଇଛିା ଫିଲ୍ମଟି ମୁମ୍ବାଇ ହୀରାମଣ୍ଡିରେ ଥିବା କୋଠାବାଲି ଗଙ୍ଗବାଇଙ୍କ କାହାଣୀ।
ଫିଲ୍ମର ନାମ ପ୍ରଥମେ ‘ହିରାମଣ୍ଡି’ ରଖାଯାଇଥିଲା। ପରେ ଏହାକୁ ବଦଳାଇ ‘ଗଙ୍ଗୁବାଇ କାଠିଆୱାଡି’ କରାଗଲା ଫିଲ୍ମର ସବୁ ଗୀତ ବି ରେକର୍ଡ ସରିଲାଣିା ସୁଟିଂ ପାଇଁ ସମସ୍ତ ସେଟ୍ ଆଉ ଲୋକେସନ୍ ସ୍ଥିର ହୋଇସାଇଛିା ଖୁବ୍ ଶୀଘ୍ର ଫିଲ୍ମ ସୁଟି ଆରମ୍ଭ ହେବା
ସଂଜୟ ଲୀଲା ଭଂସାଲିଙ୍କ ସମେତ ଜୟନ୍ତି ଲାଲ୍ ଗଡା ଫିଲ୍ମର ସହ ନିର୍ମାତା ରହିବୋ ଆସନ୍ତା ବର୍ଷ ନଭେମ୍ବର ୧୧ ତାରିଖରେ ଏହାକୁ ରିଲିଜ କରାଯିବା ଯୋଜନା କରାଯାଉଛିା
ଗଙ୍ଗୁବାଇ କାଠିଆୱାଡି କିଏ?
ମୁମ୍ବାଇର ହିରାମଣ୍ଡିର ଜଣେ କୋଠାବାଲି ଥିଲେ ଗଙ୍ଗୁବାଇା ଗଙ୍ଗୁବାଇର ପୁରା ନାମ ଥିଲା ଗଙ୍ଗା ହରଜୀବନଦାସ କାଠିଆୱାଡି ଥିଲା। ସେ ଗୁଜୁରାଟର କାଠିଆୱାଡରେ ଜନ୍ମଗ୍ରହଣ କରିଥିଲୋ ଗୁଜୁରାଟର ଏକ ସମୃଦ୍ଧ ପରିବାରରୁ ଆସିଥିବା ଗଙ୍ଗୁବାଇ ୧୬ ବର୍ଷ ବୟସରେ ପ୍ରେମ ବିବାହ କରି ମୁମ୍ବାଇ ଆସିଥିଲୋ ଏହାପରେ ପରିସ୍ଥିତିରେ ପଡ଼ି କାଠିଆୱାଡର ଝିଅ ଗଙ୍ଗା ନାମୀ କୋଠାବାଲି ଗଙ୍ଗୁବାଇ ହୋଇଥିଲୋ ୬୦ ଦଶକରେ ଗଙ୍ଗୁବାଇ ନାଁରେ ଦେଶର ପ୍ରତ୍ୟେକ ସହରରେ ଗୋଟିଏ ଗୋଟିଏ କୋଠା ଚଲୁଥିଲା।