ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ତଥା ବିଶ୍ୱର ସମସ୍ତ ରାଷ୍ଟ୍ରର ନାଗରିକମାନେ ତାଙ୍କ ଦେଶର ସରକାରଙ୍କୁ ତାଙ୍କ ଆୟର କିଛି ଅଂଶ ଟ୍ୟାକ୍ସ ଆକାରରେ ପ୍ରଦାନ କରିଥାନ୍ତି। ଭାରତରେ ଯେଉଁ ବ୍ୟକ୍ତିର ଆୟ ୨.୫ ଲକ୍ଷରୁ ଅଧିକ ସେମାନଙ୍କୁ ସରକାରଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିଥାଏ।

ତେବେ ବିଶ୍ୱର ଏମିତି କିଛି ଦେଶ ଅଛି ଯେଉଁଠି ନାଗରିକମାନଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିନଥାଏ।

ଆସନ୍ତୁ ଜାଣିବା ଏମିତି କିଛି ଦେଶ ବିଷୟରେ…

ବିଶ୍ୱର ଏକ ଧନୀ ରାଷ୍ଟ୍ର ସହ ତୈଳ ଉତ୍ପାଦନକାରୀ ଦେଶ ଭାବେ ପରିଚିତ କତାର। ଏହି ଦେଶର ନାଗରିକମାନେ ବହୁତ ଧନୀ ହୋଇଥିଲେ ମଧ୍ୟ ସେମାନଙ୍କୁ କୌଣସି ପ୍ରକାର ଟ୍ୟାକ୍ସ ଦେବାକୁ ପଡ଼ିନଥାଏ।

ସେହିପରି ଓମାନ ମଧ୍ୟ ନିଜର ତୈଳ ଉତ୍ପାଦନକୁ ନେଇ ବେଶ୍ ପରିଚିତ। କିନ୍ତୁ ଏହି ଦେଶରେ ତାର ନାଗରିକମାନଙ୍କଠାରୁ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିନଥାଏ। ସେଠାରେ କେବଳ କର୍ପୋରେଟ ଟ୍ୟାକ୍ସ ସରକାରଙ୍କୁ ଦେବାକୁ ପଡ଼ିଥାଏ।

ସେହିପରି ସାଉଦି ଆରବରେ ମଧ୍ୟ ତାର ନାଗରିକମାନଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିନଥାଏ।  କିନ୍ତୁ ଏହି ଦେଶରେ ନିଜର ବ୍ୟବସାୟ ଥିବା ଲୋକଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିଥାଏ। ବ୍ୟବସାୟୀ ଲୋକ ନିଜ ଆୟର ୨୦ ପ୍ରତିଶତ ସରକାରଙ୍କୁ ଟ୍ୟାକ୍ସ ଦେଇଥାନ୍ତି।

କୁଏତରେ ମଧ୍ୟ ତା’ର ନାଗରିକମାନଙ୍କୁ କୌଣସି ଆୟକର ଦେବାକୁ ପଡ଼ିନଥାଏ। ଏଠାରେ କେବଳ ଲୋକମାନଙ୍କୁ ସାମାଜିକ ବୀମା ପାଇଁ ଟଙ୍କା ଦେବାକୁ ପଡ଼ିଥାଏ।

Comment