ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁମ୍ବାଇସ୍ଥିତ ସେମାରୁ ଚଳଚ୍ଚିତ୍ର ସଂସ୍ଥା ଭୁବନେଶ୍ୱରଠାରେ ଏକ  ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯାଉଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ସଞ୍ଜୟ କୁମାର ସିଂ ଏହି ସୂଚନା ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି,‘‘ ଟେକ୍‌ ମହିନ୍ଦ୍ରା  ସି ଇ ଟି କଲେଜ୍‌ଠାରେ “କ୍ରିଟିକାଲ ମେସିନ ଲଣ୍ଣିଂଙ୍ଗ” ପାଠ୍ୟକ୍ରମ ନିମନ୍ତେ  ସେଣ୍ଟର ଅଫ୍‌ ଏକ୍ସଲେନ୍ସ କେନ୍ଦ୍ର ପ୍ରତିଷ୍ଠା କରାଯିବ।’’

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଆନୁକୂଲ୍ୟରେ ଷ୍ଟାର୍ଟ ଅପ୍‌ ଓଡିଶା ଏବଂ ଆଇଟି ଲିଡରମାନଙ୍କୁ ନେଇ ଶୁକ୍ରବାର କଳାଭୂମିଠାରେ ଏକ ଆୟୋଜିତ ଏକ ସେମିନାରରେ ସଞ୍ଜୟ ସିଂହ ଏହି କଥା କହିଥିଲେ।

ଏହି କାର୍ଯ୍ୟକ୍ରମରେ ଷ୍ଟାର୍ଟ ଅପ୍‌ ସଂସ୍ଥା ବିଗ୍‌ ବାସ୍କେଟ ଏବଂ ପୋର୍ଟିଆର ପ୍ରତିଷ୍ଠାତା ଗଣେଶ କ୍ରୀଷ୍ଣନ ଓ ମୀନା ଗଣେଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଏହି ଆଲୋଚନା ଚକ୍ରକୁ ସଞ୍ଚାଳନ କରିଥିଲେ।

Comment