ଓଡ଼ିଶାଲାଇଭ୍ ବ୍ୟୁରୋ

ପରୀକ୍ଷାରେ କପି ରୋକିବାକୁ ଅଦ୍ଭୁତ ବ୍ୟବସ୍ଥା। ମୁଣ୍ଡରେ କାଗଜ ପେଟି ପିନ୍ଧି ପରୀକ୍ଷା ହଲରେ ବସିଲେ ପରୀକ୍ଷାର୍ଥୀ। ଏହା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି।

ବୁଧବାର କର୍ଣ୍ଣାଟକର ହାଭେରୀ ଜିଲ୍ଲାର ଭଗତ ପ୍ରି-ୟୁନିଭର୍ସିଟି କଲେଜରେ ଏପରି ବ୍ୟବସ୍ଥା ଦେଖିବାକୁ ମିଳିଛି। କଲେଜର ଛାତ୍ରମାନଙ୍କୁ କପି କରିବାକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନେଇଥିଲେ କଲେଜ କର୍ତ୍ତୃପକ୍ଷ।

ପରୀକ୍ଷାରେ ଛାତ୍ରମାନେ ମୁଣ୍ଡରେ କାଗଜ ପେଟି ପିନ୍ଧି ବସିଥିବା ଦେଖିବାକୁ ମିଳିଥିଲା। ଯାହା ଫଳରେ ଛାତ୍ରମାନେ କେବଳ ତାଙ୍କ ପ୍ରଶ୍ନକୁ ଦେଖି ଉତ୍ତର ଲେଖିଥିଲେ।

Comment