ଓଡ଼ିଶାଲାଇଭ ବ୍ୟୁରୋ
ଦମଦାର ଡାଇଲଗ୍ ଓ ଆକ୍ସନ ପାଇଁ ବଲିଉଡ୍ରେ ବେଶ ଚର୍ଚ୍ଚିତ ସନ୍ନି ଦେଓଲ। ଆଜି ଏହି ସୁପରଷ୍ଟାର ୬୨ ବର୍ଷରେ ପାଦ ଥାପିଛନ୍ତି। ୧୯ ଅକ୍ଟୋବର ୧୯୫୬ ମସିହାରେ ଜନ୍ମ ଗ୍ରହଣ କରିଥିଲେ ସନ୍ନି ଦେଓଲ। ସେ ହେଉଛନ୍ତି ୮୦ ଦଶକର ସୁପରଷ୍ଟାର ଧର୍ମେନ୍ଦ୍ରଙ୍କ ପୁଅ।
ତେବେ ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଖାସ କଥା…

୮୦ ଦଶକର ସୁପରଷ୍ଟାର ଧର୍ମେନ୍ଦ୍ର ଓ ପ୍ରକାଶ କୌରଙ୍କ ପୁଅ ହେଉଛନ୍ତି ସନ୍ନି ଦେଓଲ। ବାପାଙ୍କ ପରେ ପୁଅ ମଧ୍ୟ ବଲିଉଡ୍ରେ ନିଜ ଦବଦବା ରଖିଛନ୍ତି। ସନ୍ନି ଦେଓଲ ନିଜ କ୍ୟାରିୟର ୧୯୮୩ ମସିହା ‘ବେତାବ’ ଫିଲ୍ମ ମାଧ୍ୟମରେ ଆରମ୍ଭ କରିଥିଲେ। ଫିଲ୍ମଟି ବକ୍ସ ଅଫିସ୍ରେ ସପୁର ହିଟ୍ ହୋଇଥିଲା। ସେବେଠୁ ସନ୍ନି ଦେଓଲ ଆଉ ପଛକୁ ଫେରି ନାହାନ୍ତି।

ଏହାପରେ ସେ ‘ଘାୟଲ’, ‘ଦାମିନୀ’, ‘ଡର’, ‘ବର୍ଡର’, ‘ଗଦର’, ‘ଦ ହିରୋ’ ଭଳି ଅନେକ ହିଟ୍ ଫିଲ୍ମ କରିଛନ୍ତି। ଏହାଛଡ଼ା ଫିଲ୍ମ ହିଟ୍ ହେଉକି ନହେଉ ହେଲେ ତାଙ୍କ ଡାଇଲଗ୍ ଲୋକମାନଙ୍କ ମଧ୍ୟରେ ବହୁତ ହିଟ୍ ହୋଇଥାଏ। ୩୦ ବର୍ଷ ଫିଲ୍ମ କ୍ୟାରିୟର ମଧ୍ୟରେ ସେ ୨ ଥର ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ମଧ୍ୟ ପାଇଛନ୍ତି।

ସନ୍ନି ଦେଓଲ ପୂଜା ଦେଓଲଙ୍କୁ ବିବାହ କରିଛନ୍ତି। ତାଙ୍କର ଦୁଇଟି ପୁଅ ମଧ୍ୟ ଅଛି ଯାହାଙ୍କ ନାଁ ହେଲା କରନ ଓ ରାଜଭିର। ସନ୍ନି ଦେଓଲ ୨୦୧୯ ଏପ୍ରିଲ ୨୩ରେ ବିଜେପିରେ ଯୋଗ ଦେଇଥିଲେ। ଗତ ଲୋକସଭା ନିର୍ବାଚନରେ ସେ ଗୁରୁଦାସପୁରରୁ ଛିଡ଼ା ହୋଇ ୮୨ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।
















