ଓଡ଼ିଶାଲାଇଭ ବ୍ୟୁରୋ

ଖେଳାଳିଙ୍କୁ ନେଇ ଯାଉଥିବା ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ୨୦ ଜଣ ଜୁଡୋ ଖେଳାଳି ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ମଣିପୁର ଇମ୍ପାଲଠାରେ ଘଟିଛି। ଜୁଡୋ ଖେଳାଳିମାନେ ଓଡିଶାର ବୋଲି ଜଣାପଡ଼ିଛି।

ବସ୍‌ଟି ଖେଳାଳିମାନଙ୍କୁ ନେଇ ଇମ୍ପାଲରୁ ଦିମାପୁର ଯିବା ବାଟରେ ଦୁର୍ଘଟଣା ହୋଇଥିଲା। ବସ୍‌ରେ କୋଚଙ୍କ ସମେତ ୩୦ ଜଣ ଜୁଡୋ ଖେଳାଳି ଥିଲେ। ଏହି ଖେଳାଳିମାନେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ସାମିଲ ହୋଇଥିଲେ। ଆହତ ଖେଳାଳିମାନଙ୍କୁ ଟ୍ରେନ ଯୋଗେ ଭୁବନେଶ୍ଵର ଅଣାଯାଉଛି ବୋଲି ସୂଚନା ମିଳିଛି।

Comment