ଓଡ଼ିଶାଲାଇଭ୍ ବ୍ୟୁରୋ

ଭୋଟ୍ ଦେଲେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ। ସେ ବିଜେପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଥିବା ୧୦୫ ନମ୍ବର ପୋଲିଂ ବୁଥରେ ନିଜ ମତ ଅଧିକାର ସାବ୍ୟସ୍ତ କରିଛନ୍ତି।

“ଏହା ହିଁ ଆମ ଗଣତନ୍ତ୍ରର ସୌନ୍ଦର୍ଯ୍ୟ। ଭାରତର ପ୍ରତ୍ୟେକ ନାଗରିକ ତାଙ୍କ ପ୍ରତିନିଧି ନିଜେ ବାଛୁଛନ୍ତି ଏହା ହିଁ ସବୁଠାରୁ ବଡ଼ କଥା।”, ଭୋଟ୍ ଦେବା ପରେ ସନତ ଏକଥା କହିଛନ୍ତି।

ଉପନିର୍ବାଚନରେ ବିଜେପି ବାଜିମାତ୍ କରିବ ବୋଲି ସେ ଦୃଢ଼ ଆଶାବାଦୀ ଥିବା କହିଛନ୍ତି।

ପୂର୍ବରୁ ବିଜେଡ଼ି ପ୍ରାର୍ଥିନୀ ରୀତା ସାହୁ ଓ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା ନିଜ ନିଜର ମତ ଅଧିକାର ସାବ୍ୟସ୍ତ କରିସାରିଛନ୍ତି।

Comment