ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅମୀର ଖାନଙ୍କ ଆଗାମୀ ଫିଲ୍ମ ‘ଲାଲ୍ ସିଂହ ଚଡ୍ଡା’ରେ ଦର୍ଶକ ବାବ୍ରି ମସଜିଦ୍ ଭଙ୍ଗା ଭଳି ଘଟଣା ଦେଖିବାକୁ ପାଇବେ।

‘ଲାଲ ସିଂହ ଚଡ୍ଡା’ ଫିଲ୍ମରେ ଅମୀର ଜଣେ ପଞ୍ଜାବୀ ପୁରୁଷ ଚରିତ୍ରରେ ନଜର ଆସୁଛନ୍ତି। ଏହି ଫିଲ୍ମରେ ଦେଶର ବିଭାଜନ ସମୟଠାରୁ ଆରମ୍ଭ ହୋଇ ଏହାପରର ଅନେକ ଘଟଣା ବିଷୟରେ ଦେଖିବାକୁ ମିଳିବ। ବାବ୍ରି ମସଜିଦ୍ ଓ ଅପରେସନ୍ ବ୍ଲୁ ଷ୍ଟାର ଭଳି ଅନେକ ଘଟଣା ଦର୍ଶକମାନେ ଏହି ଫିଲ୍ମରେ ଦେଖିବାକୁ ପାଇବେ।

ଅମୀରଙ୍କ ଏହି ଫିଲ୍ମଟି ହଲିଉଡ୍ ଫିଲ୍ମ ‘ଫରେଷ୍ଟ ଗମ୍ପ’ର କାହାଣୀ ଅନୁସାରେ ନିର୍ମିତ ହେଉଛି। ଏହି ହଲିଉଡ୍ ଫିଲ୍ମରେ ଆମେରିକା ଇତିହାସର ବହୁ ବଡ଼ ବଡ଼ ଘଟଣା ସ୍ଥାନ ପାଇଥିଲା। ତେଣୁ ଅମୀରଙ୍କ ଏହି ବଲିଉଡ୍ ଫିଲ୍ମରେ ଦର୍ଶକ ଭାରତ ଇତିହାସର ବହୁ ଘଟଣା ଦେଖିବାକୁ ପାଇବେ। ଏହି ଫିଲ୍ମର ଲିଡ୍ ରୋଲରେ ଅମିରଙ୍କ ସହ ଅଭିନେତ୍ରୀ କରୀନା କପୁର ମଧ୍ୟ ନଜର ଆସିବେ।

Comment