ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବହୁ ଚର୍ଚ୍ଚିତ ଫିଲ୍ମ ସାହୋର ରିଲିଜ ପୂର୍ବରୁ ସୋନୀ ଚ୍ୟାନେଲରେ ପ୍ରସାରିତ ‘ଦ କପିଲ ଶର୍ମା ସୋ’ରେ ‘ସାହୋ’ ଫେମ୍‌ ପ୍ରଭାସ ଓ ଶ୍ରଦ୍ଧା କପୁର ନଜର ଆସିଥିଲେ। ଏହି ସୋ’ର ଆରମ୍ଭରେ ଦର୍ଶକ ପ୍ରଭାସଙ୍କ ପୂରା ନାଁ ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ।

ଏହି ସୋ’ରେ କପିଲ ଶର୍ମା ପ୍ରଭାସଙ୍କ ପୂରା ନାଁରେ ଦର୍ଶକଙ୍କ ସହ ପରିଚୟ କରାଇଥିଲେ। କାରଣ ଅଧିକାଂଶ ଲୋକ ପ୍ରଭାସଙ୍କ ପୂରା ନାଁ ଜାଣିନଥିବେ। ପ୍ରଭାସଙ୍କ ପୂରା ନାଁ ହେଉଛି ‘ଭେଙ୍କଟଶ ସତ୍ୟନାରାୟଣ ପ୍ରଭାସ ରାଜୁ ଉପ୍ପଲପଟୀ’। ଏହି ସୋ’ରେ କପିଲ ଶର୍ମା ଏହାର ଖୁଲାସା କରିଥିଲେ।

ଏଥିରେ କପିଲ ପ୍ରଭାସଙ୍କୁ ପଚାରିଥିଲେ ଯେ, ଯଦି ଆପଣ ଗୋଟିଏ ଦିନ ପାଇଁ ଦେଶ ପ୍ରଧାନମନ୍ତ୍ରୀ ହେବେ ତେବେ କ’ଣ କରିବେ। ପ୍ରଭାସ ଏହାର ଉତ୍ତର ଦେଇ କହିଥିଲେ, ‘‘ମୁଁ ଟିଭିରେ ପ୍ରଥମେ ଇଣ୍ଟରଭ୍ୟୁ ବନ୍ଦ କରିଦେବି।

Comment