ଓଡ଼ିଶାଲାଇଭ୍ ବ୍ୟୁରୋ

ଏଥର ଦୀପାବଳିରେ ବାଣ ଫୁଟାଇବାକୁ ନେଇ ଗାଇଡଲାଇନ୍ ଜାରି କରିଛି ପୋଲିସ୍। ଚଳିତ ଥର ରାତି ୮ ରୁ ୧୦ ଯାଏଁ ଲୋକମାନେ ବାଣ ଫୁଟାଇପାରିବେ ବୋଲି ପୋଲିସ୍ ନୋଟିସ ଜାରି କରିଛି।

ଏହାସହ ଚାଇନା ବାଣ ଫୁଟାଇବା ଉପରେ ସଂପୂର୍ଣ୍ଣ ନିଷେଧାଦେଶ ଜାରି କରିଛି ପୋଲିସ। ୧୨୫ ଡେସିବେଲରୁ ଅଧିକ ଶବ୍ଦର ବାଣ ଫୁଟାଇବା ଉପରେ ରୋକ ଲଗାଇଛି ପୋଲିସ୍। ଯଦି କେହି ଏହି ନିର୍ଦ୍ଦେଶକୁ  ଉଲଂଘନ କରେ ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ହସ୍ପିଟାଲ ଓ ଶିକ୍ଷାନୁଷ୍ଠାନ ଭଳି ନୀରବ ଘୋଷିତ ସ୍ଥାନରେ ବାଣ ଫୁଟାଇବାକୁ ଜନସାଧାରଣଙ୍କୁ ପୋଲିସ୍ ମନା କରିଛି।

Comment