ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ  

ପୋଲିସବାଲା ଗୁଣ୍ଡା ହୋଇ ଦବଙ୍ଗ-୩ ରେ ଆସୁଛନ୍ତି ସଲମାନ ଖାନ୍। ଦେଖିବେ ଭାଇଜାନ୍‌ଙ୍କ ଦବଙ୍ଗ ପଛର କାହାଣୀ।

ଏଥର ପୋଲିସବାଲା ଗୁଣ୍ଡା ହୋଇ ଦର୍ଶକଙ୍କ ପାଖକୁ ଆସୁଛନ୍ତି ଚୁଲବୁଲ ପାଣ୍ଡେ। ବୁଧବାର ଭାଇଜାନ୍‌ ସଲମାନ ଖାନ୍‌ଙ୍କ ଅପକମିଙ୍ଗ୍‌ ଫିଲ୍ମ ଦବଙ୍ଗ-୩ର ଟ୍ରେଲର ରିଲିଜ ହୋଇଯାଇଛି। ଟ୍ରେଲରେ ଭାଇଜାନ୍‌ଙ୍କ ଦବଙ୍ଗ୍ ପୋଲିସ୍ ଅଫିସର ହେବା ପଛର କାହାଣୀ ଦେଖିବାକୁ ମିଳିବ। ଟ୍ରେଲରରେ ଦମଦାର ଆକ୍ସନ ଡ୍ରାମା ସହିତ ଭାଇଜାନ୍‌ଙ୍କ କମେଡି ଦେଖିବାକୁ ପାଇବେ ଦର୍ଶକ।

ବୁଧବାର ଫିଲ୍ମ ଦବଙ୍ଗ-୩ର ଟ୍ରେଲର ୟୁଟ୍ୟୁବରେ ରିଲିଜ୍ ହୋଇଯାଇଛି। ରିଲିଜ ହେବାର ମାତ୍ର ଏକ ଘଣ୍ଟା ମଧ୍ୟରେ ଟ୍ରେଲରକୁ ପାଖାପାଖି ୫ ଲକ୍ଷ ଲୋକ ଦେଖିସାରିଲେଣି। ଟ୍ରେଲର ଦେଖିବା ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ମହଲରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି।

ଦବଙ୍ଗ-୩ରେ ସଲମାନଙ୍କ ସହ ମୁଖ୍ୟ ଭୂମିକାରେ ଦୁଇ ଜଣ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବେ। ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ବ୍ୟତୀତ ଏହି ଫିଲ୍ମରେ ନବାଗତା ସାଇ ମଞ୍ଜେରକରଙ୍କୁ ଦେଖିବାକୁ ପାଇବେ ଦର୍ଶକ। ସାଇ ମଞ୍ଜେରକର ଭାଇଜାନଙ୍କ ପତ୍ନୀ ଭୂମିକାରେ ନଜର ଆସିଛନ୍ତି। ଅନ୍ୟପକ୍ଷରେ ଦକ୍ଷିଣ ଫିଲ୍ମ ଜଗତର ଅଭିନେତା ସୁଦିପ ଖଳନାୟକ ଭୂମିକାରେ ନଜର ଆସିବେ।

ପ୍ରଭୁଦେବା ଦବଙ୍ଗ-୩ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ସଲମାନଙ୍କ ଭାଇ ଅରବାଜ୍ ଖାନ୍। ଦବଙ୍ଗ-୩ ଟ୍ରେଲର ରିଲିଜ ପରେ ବର୍ତ୍ତମାନ ଫିଲ୍ମ ରିଲିଜକୁ ନେଇ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍‌। ଆସନ୍ତା ଡିସେମ୍ବର ୨୦ ଇଦ୍‌ ଅବସରରେ ବଡ଼ ପରଦାରେ ରିଲିଜ ହେବ ଦବଙ୍ଗ-୩।

Comment